ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭଡା ଗାଡ଼ିରେ ବ୍ରାଉନସୁଗର ଚାଲାଣ, ମହିଳା ବ୍ୟବସାୟୀ ସମେତ ଡ୍ରାଇଭର ଗିରଫ

ଜଳେଶ୍ବର: ଜଳେଶ୍ବର ଅବକାରୀ ବିଭାଗ ଦ୍ଵାରା ୧୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗର ସହିତ ଏକ ଚାରିଚକିଆ ମିନି ଭ୍ଯାନ ଜବତ ହୋଇଛି। ଏଥିସହ ଜଣେ ମହିଳା ସମେତ ଜଣେ ଡ୍ରାଇଭରକୁ ଗିରଫ କରିଛି ଅବକାରୀ ବିଭାଗ । ଘଟଣା ସ୍ଥଳରୁ ଜଣେ ମହିଳା ଜଣେ ପୁରୁଷ  ଚମ୍ପଟ ମାରିଥିବା ଜଣା ପଡିଛି ।

ବାଲେଶ୍ଵର ଜିଲ୍ଲାର ଜଳେଶ୍ବର ସହରରେ ପ୍ରାୟ ୧୪ଟି ବ୍ରାଉନସୁଗର ହବ୍ ରହିଛି। ପୁଲିସ ଆଖିରେ ଧୁଳି ଦେଇ ଏହାକୁ କେତେକ ମାଫିଆ ପରିଚାଳନା କରୁଛନ୍ତି। ସେମାନେ ଏହି ନିଶା ବେପାରକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ସ୍ଵତନ୍ତ୍ର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରି କାରବାର କରିଥାନ୍ତି। ଯେଉଁମାନେ ବ୍ରାଉନ ସୁଗର ଆଣୁଛନ୍ତି ସେମାନେ ଜାଣନ୍ତି ନାହିଁ କେଉଁଠି ହବ ଅଛି। ସେମାନେ ପରିମାଣ ଅନୁସାରେ କେବଳ କମିଶନ ନେଇଥାନ୍ତି। ବ୍ରାଉନସୁଗର ମାଫିଆ ମାନେ ନିଜ ପାଖରେ ଏହାକୁ ଷ୍ଟକ୍ ରଖି ନଥାନ୍ତି।ଯେଉଁ ବ୍ୟକ୍ତିମାନଙ୍କର ପୁଲିସ ରେକର୍ଡରେ ନାମ ନାହିଁ ଏବଂ ସେମାନଙ୍କ ଉପରେ କେହି ସନ୍ଦେହ କରିବେ ନାହିଁ ସେଭଳି ଲୋକଙ୍କ ପାଖରେ ଏହା ଷ୍ଟକ୍ ରହିଥାଏ। ସେଥିପାଇଁ ସେମାନେ ମଧ୍ୟ କମିଶନ ନେଉଛନ୍ତି । ଜଳେଶ୍ୱର ମ୍ୟୁନିସିପାଲିଟିର ୧୭ଟି ୱାର୍ଡରୁ ଝାଡ଼େଶ୍ୱରପୁର, ସେଖବାର୍ଡ, ପଥରପୁରା, ଶାସନବାର୍ଡ, ପଞ୍ଚୁଘଣ୍ଟା ଏବଂ ଜଳେଶ୍ଵର ବ୍ଲକର ରାଜପୁର ଅଞ୍ଚଳରେ ମୁଖ୍ୟତଃ ବ୍ରାଉନସୁଗର ହବ୍ ରହିଛି।

ପ୍ରତି ହବ୍ ଅଧୀନରେ ପ୍ରାୟ ୧୫ରୁ ୪୦ ବର୍ଷର ୫ରୁ ୧୦ କରି ଯୁବକ ପ୍ୟାକେଟ ତିଆରି କରିବା ଠାରୁ ଆରମ୍ଭ କରି କିଛି ଯୁବକ ଖୁଚୁରା ବେପାରୀଙ୍କୁ ନେଇ ବ୍ରାଉନସୁଗର ଯୋଗାଇବା ଭଳି କାର୍ଯ୍ଯ କରୁଛନ୍ତି। ଆଉ କିଛି ଅଛନ୍ତି ବାଲେଶ୍ୱର, ପୁରୀ, ଖୋର୍ଦ୍ଧା , ଯାଜପୁର, କଟକ, ଜଗତସିଂହପୁର, ଭଦ୍ରକ, କେନ୍ଦ୍ରାପଡ଼ା ଜିଲ୍ଲାରେ ମାଲ୍ ପହଞ୍ଚାଇବେ। ଏମାନେ ନିଜେ କେବେହେଲେ ଗ୍ରାହକଙ୍କୁ ସିଧାସଳଖ ମାଲ ଦେଇ ନଥାନ୍ତି। ଧାର୍ଯ୍ଯ ସ୍ଥାନ କିମ୍ବା ବ୍ୟକ୍ତିଙ୍କ ନିକଟରେ ହବରୁ ନେଇଥିବା ମାଲ୍ ପହଞ୍ଚାଇ କମିଶନ ନେଇଥାନ୍ତି। ତେଣୁ ଜଳେଶ୍ୱର ସହର ଏବେ ବ୍ରାଉନ ସୁଗାରର ହବ ପାଲଟି ଥିଲା ବେଳେ କେତେବେଳେ ପୋଲିସ ତ କେତେବେଳେ ଅବକାରୀ ବିଭାଗ ପୁଣି କେତେବେଳେ ଏସଟିଏଫ ଚଢ଼ାଉ କରି ବ୍ରାଉନ ସୁଗାର ସହିତ ବ୍ରାଉନସୁଗର ମାଫିଆକୁ ଗିରଫ କରିବାରେ ସକ୍ଷମ ହେଉଛି।

ଗତକାଲି ଗୁଇନ୍ଦା ସୁତ୍ରରୁ ଖବର ପାଇ ବାଲେଶ୍ୱର ଜିଲ୍ଲା ଅବକାରୀ ଡେପୁଟି କମିଶନର ଇନଚାର୍ଜ ଅବକାରୀ ଅଧିକ୍ଷକ ଅଶୋକ କୁମାର ପାତ୍ରଙ୍କ ତତ୍ୱାବଧାନରେ ଅବକାରୀ ଉପ ଅଧିକ୍ଷକ ଶୁଶାନ୍ତ କୁମାର ପାଢ଼ୀଙ୍କର ନେତୃତ୍ୱରେ ଜଳେଶ୍ୱର ଅବକାରୀର ୧୫ ଜଣିଆ ଟିମ ଆଜି ସକାଳ ୫.୩୦ ମିନିଟ ସମୟରେ ୬୦ ନଂ ଜାତୀୟ ରାଜପଥ ଚାଲନ୍ତି ଛକ ଠାରେ ଜଗି ରହିଥିଲେ। ଏହି ସମୟରେ ଜଳେଶ୍ୱର ସହର ପଟୁ ଦୃତ ଗତିରେ ଆସୁଥିବା ଏକ ଲାଲ ରଙ୍ଗର ଚାରି ଚକିଆ ଓଡି ୩୪ ଜି ୨୬୧୨ ମହିନ୍ଦ୍ରା ଜିତ ମିନି ଭ୍ୟାନ ଗାଡିକୁ ଅଟକାଇ ଥିଲେ। ସେଥିରୁ ୧୫୦ ଗ୍ରାମ ଓଜନର ବ୍ରାଉନସୁଗର ମିଳିଥିଲା ଯାହାର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଜଣା ପଡ଼ିଛି। ଯାଜପୁର ଜିଲ୍ଲା ବିଞ୍ଝାପୁର ଅଞ୍ଚଳର ଏସକେ ଲକ୍ଷ୍ମଣଙ୍କ ସ୍ତ୍ରୀ ନଗମା ବିବି ସମେତ ଡ୍ରାଇଭର ଯାଜପୁର ରୋଡ଼ ଥାନା କାଚହୁଡ଼ି ଗ୍ରାମର ଚୈତନ୍ୟ ପାତ୍ରଙ୍କ ପୁଅ ପ୍ରଫୁଲ୍ଲ ପାତ୍ର (୪୧)କୁ ଗିରଫ କରିଛି ଜଳେଶ୍ୱର ଅବକାରୀ ବିଭାଗ। ଘଟଣା ସ୍ଥଳରୁ ଜଣେ ମହିଳା ଜଣେ ପୁରୁଷ ଚମ୍ପଟ ମାରିବାରେ ସଫଳ ହୋଇଥିଲେ। ଡାକ୍ତର ଦେଖାଇବା କହି ଗାଡ଼ି ଭଡ଼ାରେ ଆଣିଥିବା କଥା ଗାଡ଼ି ଡ୍ରାଇଭର କହିଛନ୍ତି, ତେବେ ଘଟଣାର ତଦନ୍ତ ପରେ ସତ୍ୟତା ଜଣାପଡ଼ିବ ।

Leave A Reply

Your email address will not be published.