ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଥାନା ଆଗରେ ଭଉଣୀକୁ ହାଣି ହତ୍ୟାକଲା ଭାଇ

ନାକଟିଦେଉଳ : ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ କିସିଣ୍ଡା ଥାନା ସମ୍ମୁଖରେ ବୁଧବାର ଜଣେ ଯୁବକ ତାଙ୍କ ଭଉଣୀଙ୍କୁ ହାଣି ହତ୍ୟା କରିଛନ୍ତି। ଭାଇ ବିରୋଧରେ ଥାନାକୁ ଅଭିଯୋଗ କରିବାକୁ ଯାଉଥିବା ବେଳେ ଏହି ହତ୍ୟାକାଣ୍ଡ ଘଟିଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। କିସିଣ୍ଡା ଥାନା ଲୋଇସିଂ ଗ୍ର।ମର ଦେବାନନ୍ଦ ମେହେରଙ୍କ ସ୍ତ୍ରୀ କୁମାରୀ ମେହେର ବୁଧବାର ସନ୍ଧ୍ୟା ପ୍ରାୟ ୫ଟା ୪୫ରେ କିସିଣ୍ଡା ଥାନାକୁ ଆସୁଥିଲେ। କୁମାରୀଙ୍କ କକାପୁଅ ଭାଇ କ୍ଷୀରୋଦ ରୋହିଦାସ ଏକ ଧାରୁଆ ଅସ୍ତ୍ରରେ କୁମାରୀଙ୍କ ବେକକୁ ପଛପଟୁ ହାଣି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପୁଲିସ ମୃତଦେହ ଜବତ କରିଛି। ଏନେଇ କୁମାରୀଙ୍କ ଭାଇ ନିରାକାର ରୋହିଦାସ ଥାନାରେ ଲିଖତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୁଲିସ ତଦନ୍ତ ଚଳାଇଛି। ପାରିବାରିକ କଳହକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ଥାନା ଇନ୍‌ଚାର୍ଜ ଏସଆଇ ସନତ୍ କୁମାର ମାଡ଼ାଙ୍ଗି କହିଛନ୍ତି।

Leave A Reply

Your email address will not be published.