ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସାପ କାମୁଡାରେ ଚାଲିଗଲା ଭାଇ-ଭଉଣୀଙ୍କ ଜୀବନ

କେନ୍ଦ୍ରାପଡ଼: କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳ ଆଳି ଗୋବିନ୍ଦପୁର ଗାଁରେ ଘଟିଛି ଅଭାବନୀୟ ଘଟଣା ।  ଶୋଇଥିବା ବେଳେ ସାପ କାମୁଡାରେ ଜୀବନ ହାରିଛନ୍ତି ଭାଇ ଭଉଣୀ। ଏକାଠି ଚାଲିଗଲା ଦୁଇଟି ଜୀବନ। ଉକ୍ତ ଭଇ ଓ ଭଉଣୀ ହେଲେ ଅରୁଣ କୁମାର ଦାସଙ୍କ ୭ ବର୍ଷୀୟ ପୁଅ ଅଭିଷେକ ଦାସ ଓ ୩ ବର୍ଷର ଝିଅ ଭୂମିକା ଦାସ ।

ସୂଚନା ଅନୁଯାୟୀ, ଗତ କାଲି ରାତିରେ ମା’ଙ୍କ ପାଖରେ ଅଭିଷେକ ଓ ଭୂମିକା ଶୋଇଥିଲେ। ଉଭୟଙ୍କୁ ଏକ ବିଷଧର ସାପ କାମୁଡି ଦେଇଥିଲା। ଚିତ୍କାର କରିବାରୁ ଘର ଲୋକେ ଉଠିପଡ଼ି ସାପ ଦେଖିଥିଲେ । ବିଳମ୍ବ ନ କରି ଉଭୟଙ୍କୁ ମେଡିକାଲ ନେଇଯାଇଥିଲେ। ହେଲେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଏହାକୁ ନେଇ ଗୋବିନ୍ଦପୁର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

Leave A Reply

Your email address will not be published.