ଭୋଟ ଦେବାକୁ ଯାଇ ଦିଅର ସହିତ ଭାଉଜ ଚମ୍ପଟ : ଘରେ ରହିଗଲା ଦେଢବର୍ଷର ଝିଅ

ବାଲେଶ୍ୱର : ପ୍ରେମ ନିଶାଟା ଅନ୍ୟ ସମସ୍ତ ନିଶା ଠାରୁ ମାରାତ୍ମକ।ଏହି ନିଶାରେ ପଡି ଅନେକ ଲୋକ ନିଜର ପାରିବାରିକ ରକ୍ତ ସମ୍ପର୍କକୁ ଭୁଲି ଯାଉଥିବା ଦେଖାଯାଉଛି । ଏହିଭଳି ଏକ ପ୍ରେମ ଜନିତ ଘଟଣା ଖନ୍ତାପଡା ଥାନା ଗୁଣୁଦା ଗ୍ରାମରେ ଗତ ମଙ୍ଗଳବାର ଦିନ ଘଟିଛି।ସମ୍ପୃକ୍ତ ଗ୍ରାମର ଜଣେ ବିବାହିତା ଯୁବତୀ ନିଜର ଦେଢ ବର୍ଷର ଝିଅକୁ ଘରେ ଛାଡ଼ି ଦିଅର ସହିତ ଗୁଣୁଦା ଗ୍ରାମର ମତଦାନ କେନ୍ଦ୍ରକୁ ଭୋଟ ଦେବାପାଇଁ ଯାଇଥିଲା।ପରେ ଦିଅର ଓ ଭାଉଜ ଫେରାର ହେଇଯାଇ ଥିଲେ। ଘର ଲୋକେ ବିଭିନ୍ନ ଆଡେ ଖୋଜାଖୋଜି କରି ପାଇନଥିଲେ।

ଗୁରୁବାର ଦିନ ଥାନାରେ ଏତଲା ଦେବାପାଇଁ ଯିବାକୁ ପ୍ରସ୍ତୁତ ହେଉଥିଲା ବେଳେ ଦିଅର ଭାଉଜ ମୋବାଇଲ ଜରିଆରେ ଘର ଲୋକଙ୍କୁ ଜଣାଇଛନ୍ତି ଆମ୍ଭେ ଦୁଇଜଣ ମନ୍ଦିରରେ ବାହା ହେଇ ଯାଇଛୁ। ଆମକୁ ଖୋଜାଖୋଜି କରିବ ନାହିଁ।ବର୍ତ୍ତମାନ ଆମେ ଦୁଇଜଣ ବାଙ୍ଗାଲୋର ଯାଉଛୁ।ଏହି ମେସେଜ ପାଇବା ପରେ ତାଙ୍କ ପରିବାର ଲୋକେ ଲଜ୍ୟାରେ ନିରବ ରହିଥିବା ଜଣା ଯାଇଛି। ପ୍ରକାଶ ଥାଉକି ଦିଅର ସହିତ ପଳାଇ ଯାଇଥିବା ଭାଉଜଙ୍କ ବାପାଘର ଖନ୍ତାପଡା ଥାନା ପଣପଣା ଗ୍ରାମରେ। ଦୁଇ ବର୍ଷତଳେ ଗୁଣୁଦା ଗ୍ରାମର ଯୁବକଙ୍କୁ ପ୍ରେମ ବିବାହ କରିଥିଲେ।ସ୍ୱାମୀ ତେଲେଙ୍ଗାନାରେ ଏକ ଘରୋଇ କମ୍ପାନୀରେ କାମ କରନ୍ତି ।

ଦିଅର ମଧ୍ୟ ତା’ବଡଭାଇ ପାଖରେ ରହି ସେହି କମ୍ପାନୀରେ କାମ କରୁଥିଲା। ଭାଇର ବାହାଘର ହେବାପରେ ଭାଉଜ ତେଲେଙ୍ଗାନା ଯାଇ ସେ ଦୁଇଜଣଙ୍କ ପାଖରେ ରହୁଥିଲା।ସେଠାରେ ରହିବା ଭିତରେ ଦିଅର ଓ ଭାଉଜଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା।ପରେ ଭାଉଜ ନିଜର ଛୋଟ ଝିଅକୁ ଧରି ଗାଁକୁ ପଳାଇ ଆସି ନିଜ ବାପାଘର ପଣପଣାରେ ରହୁଥିଲା।ଚଳିତ ପଞ୍ଚାୟତ ନିର୍ବାଚନରେ ଭୋଟ ଦେବାପାଇଁ ଦିଅର ବାବୁ ତେଲେଙ୍ଗାନାରୁ ନିଜ ଗାଁ ଗୁଣୁଦାକୁ ଆସିଥିଲା । ମାତ୍ର ତା ବଡଭାଇ ତେଲେଙ୍ଗାନାରୁ ଆସିନଥିଲା।

ଗତ ବୁଧବାର ଦିନ ଦିଅର ଭୋଟଦେବା ବାହାନା କରି ମୋଟରସାଇକେଲରେ ଭାଉଜଙ୍କୁ ଆଣିବା ପାଇଁ ପଣପଣା ଯାଇଥିଲା।ସେଠାରୁ ଭାଉଜକୁ ବାଇକରେ ବସାଇ ଘରକୁ ଆଣିଥିଲା।ଦେଢବର୍ଷର ଛୋଟ ଝିଅକୁ ଘରେ ଶାଶୁଙ୍କ ପାଖରେ ଛାଡ଼ିଦେଇ ଚାଲିଚାଲି ଭୋଟଦେବା ପାଇଁ ଦିଅର ଓ ଭାଉଜ ଯିବେ ବୋଲି ଘରଲୋକଙ୍କୁ କହି ଫେରାର ହେଇଯାଇଥିବା ଜଣାଯାଇଛି। ଏହି ଦିଅର ଭାଉଜ ଙ୍କ ପ୍ରେମ ଘଟଣା ସମ୍ପୃକ୍ତ ଅଂଚଳରେ ଚର୍ଚ୍ଚାର ବିଷୟ ହେଇଛି।

Leave a comment