ଶଳାର ନାବାଳିକା ପ୍ରେମିକାକୁ ଗର୍ଭବତୀ କରି ଜେଲ୍‌ ଗଲା ଭିଣୋଇ 

କରଞ୍ଜିଆ : ଶଳାର ନାବାଳିକା ପ୍ରେମିକାକୁ ଗର୍ଭବତୀ କରି ଜେଲ ହାଜତକୁ ଗଲା ଭିଣୋଇ । ଏପରି ଏକ ସଂଗୀନ ଘଟଣା ଘଟିଛି କରଞ୍ଜିଆ ଥାନା ଅଞ୍ଚଳର ତିନିଟିଆ ଗ୍ରାମରେ। ତିନିଟିଆ ଗ୍ରାମର ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଜଣେ ନାବାଳିକା ପାଖ ଗ୍ରାମ ପାହାଡି ସାହିକୁ  ୪ ମାସ ପୂର୍ବେ ଯାତ୍ରା ଦେଖିବାକୁ ଯାଇଥିଲା। ସେଠାରେ ଅଭିଯୁକ୍ତ ପୁଷ୍ପକ ନାଏକ ଓ ତାଙ୍କ ଶଳା ସିପୁଙ୍କ ସହିତ ଦେଖାହୁଏ। କାଳକ୍ରମେ ସିପୁ ସହିତ ନାବାଳିକାର ପ୍ରେମ ସମ୍ପର୍କ ଗଢିଉଠେ।

ସିପୁ ଉକ୍ତ ନାବାଳିକାଙ୍କ ସହ ପ୍ରତିଦିନ ଫୋନ୍‌ରେ କଥା ହୁଏ। ଏ ବିଷୟରେ ସିପୁର ଭିଣୋଇ ମଧ୍ୟ ଜାଣିଥିଲା କି ତାଙ୍କ ଶଳା ଉକ୍ତ ନାବାଳିକାକୁ ପ୍ରେମ କରୁଛି। ତେବେ ଦିନେ ଅଭିଯୁକ୍ତ ପୁଷ୍ପକ ନାଏକ ଶଳାର ପ୍ରେମିକା ଘରକୁ ଯାଇ ଦୁଷ୍କର୍ମ କରିଥିଲା। ହେଲେ ଏ ବିଷୟରେ କାହାକୁ ନକହିବାକୁ କହିଥିଲା। ତେବେ ଘଟଣାର ୪ ମାସ ପରେ ନାବାଳିକାର ପେଟ ବଢିବାରୁ ଘର ଲୋକଙ୍କୁ କହିଥିଲା। ନାବାଳିକାର ମା କରଞ୍ଜିଆ ଥାନାରେ ପୁଷ୍ପକଙ୍କ ବିରୋଧରେ ଗତକାଲି ଲିଖିତ ଅଭିଯୋଗ କରିଥିଲେ। ନାବାଳିକା ମା ଙ୍କ ଅଭିଯୋଗକୁ ଆଧାର କରି କରଞ୍ଜିଆ ଥାନା ଏସ.ଆଇ ଅଜୟ କୁମାର ରାଉଳ ପୁଷ୍ପକକୁ ଗିରିଫ କରିଥିଲେ।

ତେବେ ପୁଷ୍ପକ ଥାନା ରେ ମୁଁ ଏ କାମ କରିନି ମୋ ଶଳା କରିଛି ବୋଲି କହିବାରୁ ଆଇ.ଆଇ.ସି ରଞ୍ଜନ କୁମାର ସେଠି ଶଳା ସିପୁକୁ ଥାନାକୁ ଡାକି ପଚରାଉଚୁରା କରିବା ସହ ଉଭୟଙ୍କୁ ଏକାଠି ରଖି ପୀଡିତା ନାବାଳିକାକୁ ଚିହ୍ନଟ ପାଇଁ କହିଥିଲେ। ତେବେ ପୀଡିତା ପୁଷ୍ପକକୁ ଚିହ୍ନଟ କରିଥିଲା। ତେଣୁ ପୁଷ୍ପକକୁ ଗିରଫ କରି ତା ବିରୋଧ ରେ ଥାନା ରେ ୩୨୫/୨୨ ନମ୍ବର ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରିଥିବା ଥାନା ଆଇ.ଆଇ.ସି ରଞ୍ଜନ କୁମାର ସେଠି ସୂଚନା ଦେଇଛନ୍ତି।

Leave a comment