ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜମିଜମାକୁ କେନ୍ଦ୍ର କରି ଭାଇକୁ ଗୁଳି କଲା ଭାଇ

ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭିକାପଡାରେ ଅଭାବନୀୟ ଘଟଣା ଘଟିଯାଇିଛି। ଜମିଜମାକୁ କେନ୍ଦ୍ର କରି ଭାଇକୁ ଗୁଳି ମାରିଛି ଭାଇ। ଗୁଳିମାଡ଼ର ଶିକାର ହୋଇଛନ୍ତି ସେହି ଭିକାପଡାର ବିରେନ ଦଲେଇ । ତେବେ ବିରେନଙ୍କୁ ତାଙ୍କ ବଡ଼ବାପାଙ୍କ ପୁଅ ଗୁଳିମାଡ଼ କରିଥିବା ସୂଚନା । ଘଟଣା ସ୍ଥଳରୁ  ବିରେନଙ୍କୁ ସଙ୍ଗେସଙ୍ଗେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯଇଥିଲା । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 

Leave A Reply

Your email address will not be published.