ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜବେଷ୍ଟସ ଭାଙ୍ଗି ଦୋକାନରୁ ମୋବାଇଲ୍, କମ୍ପ୍ୟୁଟର ଲୁଟିନେଲେ ଦୁର୍ବୃତ୍ତ

ବାଲିପାଟଣା : ବାଲିପାଟଣା ଛକରେ ଥିବା ପ୍ରତୀକ ରାଉତରାୟଙ୍କ ମୋବାଇଲ୍ ଦୋକାନରୁ ୪ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ମୋବାଇଲ୍ ଲୁଟେରା ଲୁଟି ନେଇଥିବା ସୂଚନା ମିଳିଛି। ଦୋକାନର ଆଜବେଷ୍ଟସ ଭାଙ୍ଗି ଚୋରମାନେ ଦୋକାନ ଭିତରେ ପଶି ୧୮ ଟି ଦାମୀ ମୋବାଇଲ୍ , କମ୍ପ୍ୟୂୁଟର ଏବଂ ଅନ୍ୟାନ ମୋବାଇଲ ସାମଗ୍ରୀ ସବୁ କିଛି ନେଇ ଯାଇଛନ୍ତି ଦୁବୃର୍ତ୍ତ ।

ଆଜି ସକାଳୁ ପ୍ରତୀକ ଦୋକାନ ଖୋଲିବା ପାଇଁ ଆସିଥିବା ସମୟରେ ଦୋକାନର ଆଜବେଷ୍ଟସ ଭଙ୍ଗା ଯାଇ ସମସ୍ତ ଜିନିଷ ଚୋରୀ ହୋଇଯାଇଥିବା ସେ ଦେଖିବାକୁ ପାଇଥିଲେ । ଚୋରମାନେ ଏକ କଳା ରଙ୍ଗର ହେଲମେଟ୍ ଛାଡି ଯାଇଛନ୍ତି । ଲକଡାଉନ୍ ଏବଂ ସଟଡାଉନରେ ରାଜଧାନୀ ଉପକଣ୍ଠଠରେ ଚୋର ଲୁଟେରାଙ୍କ ପ୍ରାର୍ଦୁଭାବ ବଢି ବଢି ଚାଲିଛି । ଚୋର ଲୁଟେରାମାନେ ପୋଲିସ୍ କୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି ।

Leave A Reply

Your email address will not be published.