ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭାରତ ଗସ୍ତରେ ଆସିବେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ଭାରତ ଗସ୍ତରେ ଆସୁଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ। ରୁଷ ଓ ୟୁକ୍ରେନ ଯୁଦ୍ଧ ମଧ୍ୟରେ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ବେଶ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରୁଛି । ବ୍ରିଟେନ ସିଧାସଳଖ ଯୁଦ୍ଧରେ ୟୁକ୍ରେନକୁ ସମର୍ଥନ ଜଣାଇଥିବା ବେଳେ, ନିକଟରେ ୟୁକ୍ରେନର ରାଜଧାନୀ କିଭ୍‌ରେ ପହଞ୍ଚି ବିଭିନ୍ନ ସ୍ଥିତିର ସମୀକ୍ଷା କରିଥିଲେ।

ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କିଙ୍କ ଆଲୋଚନା କରି ଜନସନ ବ୍ରିଟେନ ଫେରିଛନ୍ତି। ୟୁକ୍ରେନରୁ ଫେରିବା ପରେ ସେ ଏବେ ଭାରତ ଗସ୍ତରେ ଆସିବେ ବୋଲି ଜଣାପଡ଼ିଛି। ଜନସନ ଦିଲ୍ଲୀରେ ପହଞ୍ଚିବା ପରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବୈଠକ କରିବେ।

ଏହି ବୈଠକରେ ରୁଷ ଓ ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗ ଉଠିବ ବୋଲି କୁହାଯାଉଛି। ବିଶେଷ କରି ରୁଷ ଠାରୁ ଭାରତ କିଣିବାକୁ ଥିବା ତୈଳ, ଜାତିସଂଘରେ ଭାରତ ଯୁଦ୍ଧ ପ୍ରସଙ୍ଗରେ ଆସୁଥିବା ପ୍ରସ୍ତବାର ଭୋଟ ଦାନରୁ ବିରତ ରହିବା ଓ ଭାରତ-ବ୍ରିଟେନ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଆଦି ବିଷୟରେ ଉଭୟ ନେତା ଆଲୋଚନା କରିବେ।

ମିଳିଥିବା ସୂଚନା ଅନୁସାରେ, ଭାରତ ଯେମିତି ରୁଷ ବିରୋଧରେ ଯିବ ସେଥିପାଇଁ ବ୍ରିଟେନ ପ୍ରଧାନମନ୍ତ୍ରୀ ଜନସନ ଚାପ ପକାଇବାକୁ ଚେଷ୍ଟା କରିପାରନ୍ତି। ହେଲେ ଆମେରିକା ଭଳି ବ୍ରିଟେନ ମଧ୍ୟ ଏଥିରେ ସଫଳତା ପାଇ ନପାରେ। ଜନସନଙ୍କ ସହ ଏଫଟିଏର ପ୍ରୋଗ୍ରେସ ଓ ସାମାରିକ ଡିଲ୍ ଚୂଡ଼ାନ୍ତ ସମ୍ପର୍କରେ ହିଁ ଭାରତ ସରକାର ଆଲୋଚନା କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏପ୍ରିଲ ୨୨ ତାରିଖରେ ଦିଲ୍ଲୀରେ ଜନସନଙ୍କ ପାଇଁ ଭାରତ ସରକାର ସ୍ୱତନ୍ତ୍ର କାର୍ୟ୍ୟକ୍ରମ କରିବେ ବୋଲି ମଧ୍ୟ ଜଣାପଡ଼ିଛି। ସେହିଦିନ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ହେବାର ଅଛି। ହେଲେ ଜନସନ କେବେ ଭାରତ ପହଞ୍ଚିବେ ଓ କେତେ ଦିନିଆ ଗସ୍ତରେ ସେ ଆସୁଛନ୍ତି, ସେବିଷୟରେ ଜଣାପଡ଼ିନି। କେବଳ ଆସନ୍ତା ସପ୍ତାହରେ ହିଁ ସେ ଭାରତ ଆସିବେ ବୋଲି କୁହାଯାଉଛି।

ସୂଚନାଯୋଗ୍ୟ, ରୁଷ ଓ ୟୁକ୍ରେନ ଯୁଦ୍ଧ ମଧ୍ୟରେ ଅନେକ ବୈଦେଶିକ ମନ୍ତ୍ରୀ ଭାରତ ଗସ୍ତରେ ଆସି ରୁଷ ଓ ୟୁକ୍ରେନ ଯୁଦ୍ଧ କୁ ନେଇ ଭାରତକୁ ନିଜ ସପକ୍ଷରେ ନେବା ପାଇଁ ଚେଷ୍ଟା କରୁଛନ୍ତି । ମାତ୍ର ଭାରତ ନିଜ ମତରେ ଅଟଳ ରହିଛି ।

Leave A Reply

Your email address will not be published.