ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କୋଭିଡ ସଂକ୍ରମଣ ବୃଦ୍ଧିକୁ ଦେଖି ଭାରତ ଗସ୍ତ ବାତିଲ କଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ

ଲଣ୍ଡନ: ଭାରତରେ କୋଭିଡ ସଂକ୍ରମଣ ଦ୍ରୁତ ବୃଦ୍ଧିକୁ ଦୃଷ୍ଟିରେ ରଖି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କର ଭାରତ ଗସ୍ତ ବାତିଲ କରିଛନ୍ତି।ଏପ୍ରିଲ ୨୫ରେ ସେ ଭାରତ ଆସିବାର ଯୋଜନା ରହିଥିଲା। କିନ୍ତୁ କରୋନା ସ୍ଥିତିକୁ ଦେଖି ଏବେ ସେ ଭାରତ ଗସ୍ତ ବାତିଲ କରିଛନ୍ତି। ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।  ବୋରିଶ ଜନସନ ଭାରତ  ଗସ୍ତ ସମୟରେ ଦୁୁଇ ଦେଶ ମଧ୍ୟରେ ବିଭିନ୍ନ ଦ୍ୱିପାକ୍ଷିକ ଚୁକ୍ତି ହେବାର କାର୍ଯ୍ୟକ୍ରମ ଥିଲା। ପ୍ରଥମେ ବୋରିଶ ଚାରି ଦିନିଆ ଭାରତ ଗସ୍ତରେ ଆସିବେ ବୋଲି ସୂଚନା ରହିଥିଲା। ଏହାପରେ ତାଙ୍କ ଅଫିସ ଏହି ଗସ୍ତସୂଚୀକୁ କାଣ୍ଟଛାଣ୍ଟ କରି ଅଳ୍ପଦିନ କରିଥିଲା।

ଗତକାଲି ବୋରିଶ ଭାରତ ଗସ୍ତ ନକରିବା ଉଚିତ ବୋଲି ବ୍ରିଟେନର ବିରୋଧୀ ଦଳ ଲେବର ପାର୍ଟି କହିଥିଲା। ଯେହେତୁ ଭାରତରେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଛି ତେଣୁ ବୋରିଶ ତାଙ୍କ ବ୍ୟବସାୟିକ କାର୍ଯ୍ୟକ୍ରମ ଅନ୍ ଲାଇନ୍ ଜରିଆରେ ଭାରତ ସହ କରିବା ଦରକାର ବୋଲି ଲେବର ପାର୍ଟି କହିଥିଲା। ବ୍ରିଟେନର ବିରୋଧୀ ଦଳ ଲେବର ପାର୍ଟି କହିଥିଲା ଜନସନ ଚାହିଁଲେ ନରେନ୍ଦ୍ର ମୋଦିଙ୍କ ସହିତ ଭର୍ଚୁଆଲ ପଦ୍ଧତିରେ ଦ୍ୱିପାକ୍ଷିକ ସମ୍ପର୍କ ବିଷୟରେ ଆଲୋଚନା କରିପାରିବେ। ସରକାର ସାଧାରଣ ଜନତାଙ୍କୁ ବିଦେଶ ଭ୍ରମଣ ନକରିବା, ଏପରିକି କୋଭିଡ ସଂକ୍ରମଣ ସମୟରେ ଘରୁ ନବାହାରିବାକୁ କହୁଥିବାବେଳେ ଦେଶର ପ୍ରଧାନମନ୍ତ୍ରୀ ଭାରତ ଗସ୍ତ କରିବା କେତେଦୂର ଯୁକ୍ତିଯୁକ୍ତ ତାହା ପ୍ରଶ୍ନ କରିଥିଲା ଲେବର ପାର୍ଟି।

Leave A Reply

Your email address will not be published.