ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭୁଷୁଡିଲା ବ୍ରିଟିଶ ଅମଳର ଝୁଲେନ ପୋଲ, ପାଣି ଭିତରେ ଡମ୍ପର

ସମ୍ବଲପୁର/ କୁଚିଣ୍ଡା: ବ୍ରିଟିଶ ଅମଳର ଝୁଲେନ ପୋଲ ଭୁଷୁଡିଥିବା ଜଣାପଡିଛି। ଏହି ପୋଲ ୪୯ ନମ୍ବର ଜାତୀୟ ରାଜପଥ କୁଚିଣ୍ଡା ଭୋଜପୁରରୁ ଦେବଗଡକୁ ସଂଯୋଗ କରୁଥିଲା। ତେବେ ଗୁରୁବାର ରାତିରେ ଏକ ଲୁହା ବୋଝେଇ ଡମ୍ପର ଯାଉଥିବା ବେଳେ ପୋଲଟି ଭୁଷୁଡି ପଡିଥିଲା। ପୋଲର ମଝିରୁ ଭୁଷୁଡି ପଡିଥିବା ବେଳେ ଡମ୍ପରଟି ପାଣି ଭିତରେ ପଡି ରହିଛି। ଫଳରେ ଗାଡିର ଡ୍ରାଇଭର ଷ୍ଟ୍ରେରିଙ୍ଗରେ ଫଶି ରହିଛି। ହେଲପରକୁ ଉଦ୍ଧାର କରି ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ଗାଡିରେ କେତେ ଜଣ ଥିଲେ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ। ଅନ୍ୟପଟେ ପୁଲିସ , ଅଗ୍ନିଶମ ଓ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଘଟଣାସ୍ଥଳରେ ଉପଜିଲ୍ଲାପାଳ ଆଦିତ୍ୟ ଗୋୟଲ, ତହସିଲଦାର ପ୍ରତିମା ସିଂ , ଏସ୍ଡିପିଓ ରାଜକିଶୋର ମିଶ୍ର, କୁଚିଣ୍ଡା ଥାନା ଅଧିକାରୀ ଶୁଭକର ସେଠ୍, ମହୁଲପାଲି ଥାନା ଅଧିକାରୀ ଯାଜ୍ଞସେନୀ ନାୟକ ପ୍ରମୁଖ ଉପସ୍ଥିତ ଅଛନ୍ତି। ଅନ୍ୟପଟେ ଅଗ୍ନିଶମ ବିଭାଗର କଠିନ ଉଦ୍ୟମ ସତ୍ୱେ ଡ୍ରାଇଭରକୁ ଉଦ୍ଧାର କରାଯାଇ ପାରିନାହିଁ। ପୂର୍ବରୁ ପୋଲଟି ଅସୁରିକ୍ଷିତ ଥିବାବେଳେ ଭାରିଯାନ ଚଳାଚଳକୁ ବାରଣ କରଯାଇନଥିବା ଜଣାପଡିଛି।

British-era pole collapsed in sambalpur

ସୂଚନାଯୋଗ୍ୟ, କୁଚିଣ୍ଡାର ଲାଇଫ ଲାଇନ କୁହାଯାଉଥିବା ଏହି ବ୍ରିଟିଶ ଅମଳର ପୋଲ ବାମଣ୍ଡା ରାଜାଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ଏହା କୁଚିଣ୍ଡା, ଦେବଗଡ, କଟକ, ଭୁବନେଶ୍ୱର ସହ ସମ୍ବଲପୁରକୁ ଯୋଡି ରଖିଥିଲା। ଫଳରେ ଏହି ପୋଲ ଯୋଗୁଁ ମାଲ ପରିବହନରେ ବିଶେଷ ସହାୟକ ହେଉଥିଲା।

Leave A Reply

Your email address will not be published.