ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବ୍ରିଟେନର ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ପରଲୋକ

ଲଣ୍ଡନ: ବ୍ରିଟେନ ମହାରାଣୀ ଦ୍ବିତୀୟ ଏଲିଜାବେଥଙ୍କ ଗୁରୁବାର ଅପରାହ୍ନରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୬ ବର୍ଷ ହୋଇଥିଲା। ବିଗତ କିଛି ଦିନ ଧରି ସେ ଅସୁସ୍ଥ ରହିଥିଲା ବେଳେ ସ୍କଟଲ୍ୟାଣ୍ଡସ୍ଥିତ ବାଲକୋରାଲ ରାଜପ୍ରାସାଦରେ ରହି ଡାକ୍ତରମାନଙ୍କ ଦ୍ବାରା ଚିକିତ୍ସିତ ହେଉଥିଲେ। ତେବେ ବୁଧବାର ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଦ୍ରୁତ ଅବନତି ଘଟିଥିଲା। ଡାକ୍ତରମାନଙ୍କ ସମସ୍ତ ଉଦ୍ୟମ ସତ୍ତ୍ବେ ଗୁରୁବାର ଅପରାହ୍ନରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିବା ବ୍ରିଟେନ ରାଜ ପରିବାର ପକ୍ଷରୁ କୁହାଯାଇଛି।

ଏହି ଖବର ପ୍ରକାଶ ପାଇବା ପରେ ବିଶ୍ବର ବହୁ ନେତୃବୃନ୍ଦ ମହାରାଣୀଙ୍କ ପରଲୋକରେ ଶୋକ ବ୍ୟକ୍ତ କରିଛନ୍ତି। ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଗଭୀର ଦୁଃଖ ପ୍ରକାଶ କରି ଶୋକବ୍ୟକ୍ତ କରିବା ସହିତ ତାଙ୍କର ଆତ୍ମାର ସଦଗତି କାମନା କରିଛନ୍ତି। ସେହିପରି ଆମେରିକା, ଫ୍ରାନ୍ସ, ଜର୍ମାନୀ, ୟୁରୋପୀୟ ସଂଘ ପକ୍ଷରୁ ମଧ୍ୟ ଶୋକ ବ୍ୟକ୍ତ କରାଯାଇଛି। ମହାରାଣୀ ଦ୍ବିତୀୟ ଏଳିଜାବେଥ ବ୍ରିଟେନ ଇତିହାସରେ ସବୁଠୁ ଅଧିକ ସମୟ ଧରି ରାଜତ୍ବ କରିବାର ଗୌରବ ଅର୍ଜନ କରିଥିଲେ। ଆଜି ତାଙ୍କର ମରଶରୀରକୁ ଲଣ୍ଡନ ନିଆଯିବା ସହିତ ସେଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଶେଷକୃତ୍ୟ କରାଯିବ।

ରାଣୀ ଏଲିଜାବେଥ ଦ୍ୱିତୀୟ ରାଷ୍ଟ୍ର ମୁଖ୍ୟ ଭାବରେ ତାଙ୍କ କାର୍ଯ୍ୟକାଳରେ ବହୁତ ବଡ଼ ଘଟଣାର ସାମ୍ନା କରିଛନ୍ତି। ଯୁଦ୍ଧ ପରବର୍ତ୍ତୀ ଆର୍ଥିକ ସ୍ଥିତିର ମୁକାବିଲାଠାରୁ ଆରମ୍ଭ କରି ସାମ୍ରାଜ୍ୟରୁ ରାଜ୍ୟଗୋଷ୍ଠୀକୁ ପରିବର୍ତ୍ତନ, ଶୀତଳ ଯୁଦ୍ଧର ସମାପ୍ତି ଏବଂ ୟୁରୋପୀୟ ୟୁନିଅନରେ ବ୍ରିଟେନର ପ୍ରବେଶ ଏବଂ ପ୍ରତ୍ୟାହାର ପର୍ଯ୍ୟନ୍ତ ସବୁକିଛି ରାଣୀଙ୍କ ଶାସନ କାଳରେ ଘଟିଥିଲା।ରାଣୀ ଏଲିଜାବେଥ (ଦ୍ବିତୀୟ) ତାଙ୍କର ଦୀର୍ଘ ଶାସନକାଳରେ ୧୫ ଜଣ ପ୍ରଧାନମନ୍ତ୍ରୀଙ୍କ ସହିତ କାମ କରିଛନ୍ତି। ୧୮୭୪ ମସିହାରେ ଜନ୍ମିତ ୱିନ୍‌ଷ୍ଟନ୍‌ ଚର୍ଚ୍ଚିଲଙ୍କ ଠାରୁ ଆରମ୍ଭ କରି ୧୯୭୫ ମସିହାରେ ଜନ୍ମ ହୋଇଥିବା ଲିଜ୍ ଟ୍ରସ୍‌ଙ୍କୁ ରାଣୀ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ଦେଇଛନ୍ତି।ବ୍ରିଟେନ୍‌ ମହାରାଣୀ ୨୧ ଏପ୍ରିଲ ୧୯୨୬ରେ ଲଣ୍ଡନର ମେଫେୟାରରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ପିତା ହେଉଛନ୍ତି ଜର୍ଜ ଷଷ୍ଠ ଏବଂ ମାତା ଏଲିଜାବେଥ ଆଲେକ୍ସଜାଣ୍ଡାର ମେରୀ।

Leave A Reply

Your email address will not be published.