ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରୁଷ୍‌-ୟୁକ୍ରେନ ଯୁଦ୍ଧକୁ ନେଇ ବ୍ରିଟେନ ଗୁଇନ୍ଦା ରିପୋର୍ଟରେ ମହାଖୁଲାସା

ମସ୍କୋ/କିଭ୍‌ : ଶହେ ଦିନରୁ ଅଧିକ ସମୟ ହେଲା ରୁଷ୍‌-ୟୁକ୍ରେନ ଯୁଦ୍ଧ ଜାରି ରହିଛି। ଏତେ ଦିନ ବିତି ଯାଇଥିଲେ ମଧ୍ୟ କୌଣସି ଦେଶ ଯୁଦ୍ଧରେ ଜିତିପାରିନାହିଁ। ଆକ୍ରମଣର କିଛି ଦିନ ମଧ୍ୟରେ ୟୁକ୍ରେନ ଆତ୍ମ ସମର୍ପଣ କରିବ ବୋଲି ରୁଷ୍‌ ଭାବିଥିଲା। କିନ୍ତୁ ୟୁକ୍ରେନ ରୁଷ୍‌କୁ ଦୃଢ଼ ଜବାବ ଦେଇଥିଲା। ନାଗରିକଙ୍କ ସହାୟତା ନେଇ ୟୁକ୍ରେନ ରୁଷ୍‌ ସେନାର ବିପୁଳ କ୍ଷୟକ୍ଷତି ଘଟାଇଛି। ଏହି ଯୁଦ୍ଧରେ ୟୁକ୍ରେନର ଅନେକ ଅଞ୍ଚଳ ଧ୍ବସାଂବଶେଷରେ ପରିଣତ ହୋଇଯାଇଥିଲେ ମଧ୍ୟ ନାଟୋର ସହାୟତାରେ ଯୁଦ୍ଧ ଦୀର୍ଘଦିନ ହେଲା ଜାରି ରହିଛି। ନାଟୋ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ସହିତ ଆର୍ଥିକ ସହାୟତା ଦେଉଛନ୍ତି।

ଏହା ମଧ୍ୟରେ ବ୍ରିଟେନ ସେନା ଏକ ଗୁଇନ୍ଦା ରିପୋର୍ଟ ଜାରି କରିଛି। ଏଥିରେ ରୁଷ୍‌ର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଶେଷ ହୋଇଯାଇଥିବା ଦାବି କରାଯାଇଛି। ଏଥିଯୋଗୁଁ ରୁଷ୍‌ ସେନା ସୋଭିଏତ ସଂଘ ଅମଳର ଆଣ୍ଟି ସିପ୍‌ ମିସାଇଲ ବ୍ୟବହାର କରି ୟୁକ୍ରେନରେ ବୋମା ମାଡ଼ କରୁଥିବା କୁହାଯାଇଛି। ବ୍ରିଟେନ ଗୁଇନ୍ଦା ରିପୋର୍ଟ ଅନୁଯାୟୀ ପରମାଣୁ ଅସ୍ତ୍ରଶସ୍ତ୍ର ବହନ କରିପାରୁଥିବା ବିମାନବାହୀ ଯୁଦ୍ଧ ଜାହାଜକୁ ନଷ୍ଟ କରିବା ପାଇଁ ୧୯୬୦ରେ ସୋଭିଏତ ସଂଘ ଏହାକୁ ବ୍ୟବାହର କରୁଥିଲା। ଏବେ ରୁଷ୍‌ ୟୁକ୍ରେନରେ ବୋମା ମାଡ଼ କରିବାକୁ ଏହି ବିମାନ ବ୍ୟବହାର କରୁଛି। ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହିତ ୫.୫ ଟନ୍‌ର କେଏଚ୍‌-୨୨ କ୍ଷେପଣାସ୍ତ୍ର ବ୍ୟବହାର କୌଣସି ଦୃଷ୍ଟିରୁ ଠିକ୍‌ ନୁହେଁ। ଏହା ଦ୍ବାରା ବିପୁଳ କ୍ଷୟକ୍ଷତି ହୋଇପାରେ। ଅନେକ ଲୋକ ପ୍ରାଣ ହରାଇପାରନ୍ତି। ଏବେ ରୁଷ୍‌ ସେନା ପୂର୍ବ ୟୁକ୍ରେନର ଡୋନାବାସ୍‌କୁ କବ୍‌ଜା କରିବା ପାଇଁ ପ୍ରୟାସ ଜାରି ରଖିଛି। ଏହି କ୍ଷେତ୍ର ରୁଷ୍‌କୁ ଲାଗି ରହିଛି। ୨୦୧୪ରେ ରୁଷ୍‌ ଏହି ଅଞ୍ଚଳରେ ଥିବା କ୍ରିମିଆକୁ କବ୍‌ଜା କରି ନେଇଥିଲା। ଏଠାରେ ଅଧିକାଂଶ ରୁଷ୍‌ ସମର୍ଥକ ବିଚ୍ଛିନ୍ନତାବାଦୀ ରହୁଛନ୍ତି। ସୋଭିଏତ ସଂଘ ସମୟରେ ଏମକେବି ରାଦୁଗା କେଏଚ-୨୨ କ୍ଷେପଣାସ୍ତ୍ର ପ୍ରସ୍ତୁତ କରିଥିଲେ।

ଆମେରିକାର ବିମାନବାହୀ ଯୁଦ୍ଧ ଜାହାଜକୁ ନିପାତ କରିବା ପାଇଁ ଏହି ଦୀର୍ଘ ଦୂରଗାମୀ ଆଣ୍ଟି-ସିପ୍‌ ମିସାଇଲ ତିଆରି କରାଯାଇଥିଲା। ଏହି କ୍ଷେପଣାସ୍ତ୍ର ପାରମ୍ପରିକ ଏବଂ ପରମାଣୁ ଅସ୍ତ୍ରଶସ୍ତ୍ରରେ ଆକ୍ରମଣ କରିପାରେ। ଅନ୍ୟପକ୍ଷରେ ୟୁରୋପୀୟ ସଂଘ (ଇୟୁ) ର ମୁଖ୍ୟ ୟୁକ୍ରେନ ଗସ୍ତରେ ଯାଇଛନ୍ତି। ସେ ଜେଲେଁସ୍କିଙ୍କ ସହ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ଏହି ସମୟରେ ଜେଲେଁସ୍କି ଇୟୁରେ ସାମିଲ ହେବା ପ୍ରସଙ୍ଗ ଉଠାଇଥିଲେ। ଆସନ୍ତା ସପ୍ତାହ ମଧ୍ୟରେ ଏ ସମ୍ବନ୍ଧରେ ନିଷ୍ପତ୍ତି ନିଆଯିବ ବୋଲି ଇୟୁ ଅଧ୍ୟକ୍ଷ କହିଥିଲେ।

Leave A Reply

Your email address will not be published.