ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନବବଧୂଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ଯୌତୁକ ପାଇଁ ହତ୍ୟା ଅଭିଯୋଗ

ଅସ୍ତରଙ୍ଗ: ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅନ୍ତର୍ଗତ ଶିଶୁଅ ଗ୍ରାମରେ ଜଣେ ନବବଧୂଙ୍କ (ବୟସ୨୭)ମୃତ ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି । ଝିଅ ବାପଘର ଲୋକେ ଯୌତୁକ ପାଇଁ ହତ୍ୟା କରି ଟାଙ୍ଗି ଦେଇଥିବା ଅଭିଯୋଗ ଆଣିଲେ। ୨ ବର୍ଷ ତଳେ କାକଟପୁର ଓଥକା ଚଣ୍ଡିକୁଦ ଗ୍ରାମର ଝିଅ ପ୍ରିୟଙ୍କା ବେହେରାଙ୍କୁ ବିବାହ କରିଥିଲେ ଶିଶୁଅ ଗ୍ରାମର ହରିହର ବେହେରା । ବିବାହ ପୂର୍ବରୁ ପୁଅ ଘର ଲୋକ ଝିଅ ଘରକୁ ୨ ଲକ୍ଷଟଙ୍କା ଯୌତୁକ ବାବଦରେ ଦେବା ପାଇଁ କହିଥିଲେ କିନ୍ତୁ ଅସୁବିଧା ଥିବାରୁ ଝିଅ ପରିବାର ନଗଦ ଏକ ଲକ୍ଷ ଅଶୀ ହଜାର ଟଙ୍କା ଯୌତୁକ ପାଇଁ ପୁଅ ଘରକୁ ଦେଇଥିଲେ ଏବଂ ପରବର୍ତୀ ସମୟରେ ଅବଶିଷ୍ଟ କୋଡିଏ ହଜାରଟଙ୍କା ସହ ସୁନା ଗହଣା ଦେଇଥିଲେ।

ହରିହର ଭୁବନେଶ୍ୱରରେ ଏକ ଘରୋଇ ଟେଲିକମ କମ୍ପାନୀରେ କାମ କରନ୍ତି, ଶେଷ ଥର ପାଇଁ ଗତକାଲି ସନ୍ଧ୍ୟା ଆଠ ଘଟିକା ସମୟରେ ନିଜ ପତ୍ନୀ ପ୍ରିୟଙ୍କାଙ୍କ ସହ ଫୋନରେ କଥା ହୋଇଥିଲେ । ତାଙ୍କର ଏକ ୧୩ମାସର ଶିଶୁପୁତ୍ର ଅଛି। ଅନ୍ୟ ପଟେ ମୃତ ପ୍ରିୟଙ୍କାଙ୍କ ଦାଦା ଥାନାରେ ଅଭିଯୋଗ କରିଛନ୍ତି ଯେ ନଣଦ ଓ ଶାଶୁ ଅନେକ ସମୟରେ ଆଉ ଅଧିକ ଯୌତୁକ ଆଣିବା ପାଇଁ ନିର୍ଯ୍ୟାତନା ଦିଅନ୍ତି ଏବଂ ହରିହର ବାପ ଘରୁ ଏକ ବୁଲେଟ ଗାଡି ଆଣିବା ପାଇଁ ବାଧ୍ୟ କରୁଥିଲେ ବୋଲି ଝିଅର ମାମୁ ଅଭିଯୋଗ କରିଛନ୍ତି।

ଘଟଣା ସମ୍ପର୍କରେ ହରିହରଙ୍କଠାରୁ ଖବର ପାଇ ଅସ୍ତରଙ୍ଗ ଥାନାର ଏସ ଆଇ ଅଶୋକ ଦାଶ, ଏ ଏସ ଆଇ ପ୍ରଶାନ୍ତ ବିଶ୍ୱାଳ, ହାବିଲଦାର ସଂଜୟ କୁମାର ମହାନ୍ତି, ରମେଶ ପ୍ରଧାନ, ବସନ୍ତ ବିଶ୍ୱାଳ ଏବଂ ଏମ ସରନ୍ୟାଙ୍କ ନେତୃତ୍ୱରେ ଏକ ସାଇଣ୍ଟଫିକ ଟିମ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି। ପ୍ରିୟଙ୍କାଙ୍କ ପରିବାର ତରଫରୁ ଶାଶୁ, ନଣଦ ଓ ଜ୍ୱାଇଁଙ୍କ ନାମରେ ଅସ୍ତରଙ୍ଗ ଥାନାରେ ଯୌତୁକ ପାଇଁ ମାରି ଟାଙ୍ଗି ଦେଇଥିବା ଅଭିଯୋଗ କରିବା ସହିତ ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି।

Leave A Reply

Your email address will not be published.