ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବଳାତ୍କାର ଅଭିଯୋଗରେ ବିବାହ ପୂର୍ବରୁ ବର ଗିରଫ

ଭଟଲି: ଅନ୍ତସତ୍ୱା ନାବାଳିକା ପ୍ରେମିକାକୁ ପ୍ରତ୍ୟକ୍ଷ୍ୟାନ କରି ଜଣେ ଯୁବକ ଅନ୍ୟତ୍ର ବିବାହ କରିବାକୁ ଯାଇଥିବା ସମୟରେ ପ୍ରେମିକାର ଅଭିଯୋଗ କ୍ରମେ ଭଟଲି ପୁଲିସ ଆଜି ଅଭିଯୁକ୍ତ ବରକୁ ବିବାହ ବେଦୀରୁ ଉଠାଇ ଆଣି କୋର୍ଟ ଚାଲାଣ କରିଛି।ସମ୍ପ୍ରତି ଏହି ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।ଗିରଫ ପ୍ରତାରକ ପ୍ରେମିକ ହେଲେ ଭଟଲି ବ୍ଲକ କେଲେଣ୍ଡାପାଲି ପଞ୍ଚାୟତ ଅନ୍ତର୍ଗତ ଜଗତିପାଲି ଗ୍ରାମର ପ୍ରମୋଦ ବରିହାଙ୍କ ପୁତ୍ର ଭାସ୍କର ବରିହା (୨୮) ଓରଫ କାଲିଆ। ସୋମବାର ଦିନ ଭଟଲି ପୁଲିସ ଅଭିଯୁକ୍ତଙ୍କ ଡ଼ାକ୍ତରୀ ମଇନା ପରେ କୋର୍ଟ ଚାଲାଣ କରଛିା

ପୁଲିସ ସୁତ୍ରରୁ ପ୍ରକାଶ ଯେ, ଭାସ୍କର ବରିହା ଓରଫ କାଲିଆଙ୍କ ପ୍ରେମ ସମ୍ପର୍କ ୨୦୧୭ରୁ ଗ୍ରାମର ଜନୈକା ନାବାଳିକାଙ୍କ ସହିତ ରହିଥିଲା। ବିବାହର ପ୍ରଲୋଭନ ଦେଖାଇ ସେ ବାରମ୍ବାର ଶାରୀରିକ ସମ୍ପର୍କ ରଖି ଆସୁଥିଲେ। ନାବାଳିକା ଗର୍ଭବତୀ ହେବା ଜାଣିବା ପରେ ସେ ଆଉ ଧରାଛୁଆଁ ନ ଦେଇ ପଲାୟନ କରିଥିଲେ। ସେ ତାମିଲନାଡ଼ୁ ଯାଇଥିବା ଖବର ପାଇ ନାବାଳିକା ଜଣକ ଅନ୍ୟ କୌଣସି ଉପାୟ ନ ପାଇ ଭଟଲି ପୁଲିସର ଆଶ୍ରୟ ନେଇଥଲା। ଏ ସମ୍ପର୍କରେ ଭଟଲି ଥାନାରେ ଏକ ମାମଲା (୧୩୪/୨୦୧୭) କ୍ରମେ ଦଫା ୩୭୬(୨)(ଏନ୍‍) ୩୧୩/୫୧୧/୨୯୪/୫୦୬ ଆଇପିସି/୪ଏବଂ୬ ପୋକ୍ସୋ ଆକ୍ଟରେ ରୁଜୁ କରିଥିଲେ। ପରେ ପୁଲିସ ଅଭୁଯୁକ୍ତ ଭାସ୍କରଙ୍କୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରିବା ଖୋଜାଖୋଜି କରି ବିଫଳ ହୋଇଥିବାବେଳେ ଆଜିର ଗିରଫଦାରୀ ଭଟଲି ପୋଲିସକୁ ସଫଳତା ଦେଇପାରିଛି।

ଏପରିକି ଭଟଲି ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଦୁଇ ଦୁଇ ଥର ତାମିଲନାଡୁକୁ ଯାଇ ଖାଲି ହାତରେ ଫେରିଥିବା ଆଇଆଇସି ରଞ୍ଜିତ ନାଏକ ପ୍ରକାଶ କରିଛନ୍ତିା ପ୍ରକାଶ ଥାଉକି ଅଭିଯୁକ୍ତ ପ୍ରେମିକ ଭାସ୍କର ବରିହା ଗତ ମାସେ ହେବ ତାମିଲନାଡୁରୁ ଆସି ବିଭିନ୍ନ ଗାଁରେ ଲୁଚି ରହୁଥିବା ବେଳେ ସୋମବାର ନିଜ ମାମୁଁ ଘର ଭଟଲି ଥାନା ନାରଙ୍ଗପୁର ପଞ୍ଚାୟତ ଅନ୍ତର୍ଗତ ଝାରମୁଣ୍ଡା ଗ୍ରାମରେ ରହି ଲୁକ୍କାୟିତ ଭାବରେ ଛତିଶଗଡ଼ ରାଜ୍ୟ ଅନ୍ତର୍ଗତ ଲେନ୍ଧ୍ରା ଗ୍ରାମର ତନୟା ବରିହାଙ୍କୁ ଆଜି ବିବାହ କରିବାକୁ ବାହାରିଥିଲା।ମାତ୍ର ପୂର୍ବରୁ ଘଟଣା ପ୍ରତି ସଜାଗ୍‍ ଥିବା ଭଟଲି ପୋଲିସ କୌଣସି ବିଶ୍ୱସ୍ଥ ସୁତ୍ରରୁ ବିବାହ ସମ୍ପର୍କରେ ଖବର ପାଇ ଝାରମୁଣ୍ଡା ଗାଁକୁ ସଦଳବଳେ ଯାଇ ଫିଲ୍ମ ଷ୍ଟାଇଲରେ କାବୁ କରି ଥାନାକୁ ଉଠାଇ ଆଣିଥିଲେ ଓ ପରେ କୋର୍ଟ ଚାଲାଣ କରିଥିଲେ।

Leave A Reply

Your email address will not be published.