ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗାଡ଼ିରେ ନୁହେଁ: ସାଇକେଲରେ ବାହାହେବାକୁ ଆସିଲା ବର

ଏବେ ସାରା ଦେଶରେ କରୋନାର ଦ୍ବିତୀୟ ଲହର ଦିନକୁ ଦିନ ବିପଜ୍ଜନକ ହେବାରେ ଲାଗିଛି। କରୋନାକୁ ହରେଇବା ପାଇଁ କଟକଣା ସମେତ ସଚେତନତା ସୃଷ୍ଟି କରାଯାଉଛି। ତେବେ ଅନେକ ଏହାକୁ ଅମାନ୍ୟ କରୁଥିବାର ଦେଖାଯାଇଛି।

କିନ୍ତୁ ଉତ୍ତରପ୍ରଦେଶ ପ୍ରତାପଗଡ଼ର ବୋଝି ବାସିନ୍ଦା ବିନୟ କୁମାର ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। ସେ ଏବେ ସ୍ଥାନୀୟ ଅଞ୍ଚଳର ହିରୋ ପାଲଟି ଯାଇଛନ୍ତି। ବିନୟ ଗାଡ଼ି ପରିବର୍ତ୍ତେ ସାଇକେଲରେ ରାଜଗଡ଼ ଗାଁକୁ ଯାଇଥିଲେ ବାହା ହେବା ପାଇଁ।

ବିନୟଙ୍କ ସହ ବାହାଘରରେ ଯୋଗ ଦେଇଥିବା ସମସ୍ତ ବରଯାତ୍ରୀ ମଧ୍ୟ ଯାଇଥିଲେ ସାଇକେଲ । ସମସ୍ତ ବରଯାତ୍ରୀ ସାଇକେଲ ଯିବା ସହ ଫେସ୍ ସିଲ୍ଡ ଏବଂ ମାସ୍କ ପିନ୍ଧିଥିଲେ। ଏହି ନିଆରା ବାହାଘର ସଂପର୍କରେ ବିନୟ କୁମାର କୁହନ୍ତି ଯେ , ମୁଁ ବାର୍ତ୍ତା ଦେବାକୁ ଚାହୁଁଥିଲି ଯେ, ସାମାଜିକ ଦୂରତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାର କିମ୍ବା ବସ୍ରେ ଏହା ସମ୍ଭବ ନୁହେଁ, ତେଣୁ ଆମେ କନ୍ୟା ଘରକୁ ସାଇକେଲରେ ଯାଇଥିଲେ।

କରୋନାର ଦ୍ୱିତୀୟ ଲହର ବିରୁଦ୍ଧରେ ଏହା ହେଉଛି ମୋର ଯୁଦ୍ଧ। ବିନୟ ପ୍ରତାପଗଡ଼ର ଏକ ଘରୋଇ କାରଖାନାରେ କାର୍ଯ୍ୟ କରନ୍ତି ଏବଂ ପରିବେଶ ସଚେତନତା ଅଭିଯାନରେ ସକ୍ରିୟ ଅଂଶଗ୍ରହଣ କରନ୍ତି। କନ୍ୟାଘର ଲୋକମାନେ ମଧ୍ୟ ବିନୟଙ୍କ ଏହି ଉଦ୍ୟମକୁ ପ୍ରଶଂସା କରିଥିଲେ।

ବିନୟଙ୍କ ପରିବାର ସଦସ୍ୟ କହିଛନ୍ତି ଯେ ସେମାନେ ମହାମାରୀ ସମୟରେ ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରହିବା ଏବଂ ପରିବେଶ ସୁରକ୍ଷା ବିଷୟରେ ସଚେତନତା ସୃଷ୍ଟି କରିବାକୁ ନିଷ୍ପତ୍ତି ନେଇଛନ୍ତି। ସାମାଜିକ ଦୂରତା ଅନୁସରଣ କରିବାକୁ ସେ ସୀମିତ ସଂଖ୍ୟକ ଅତିଥିଙ୍କୁ ଆମନ୍ତ୍ରଣ କରିଥିଲେ।

Leave A Reply

Your email address will not be published.