ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବରଯାତ୍ରୀ ସହ କନ୍ୟା ଘରେ ପହଞ୍ଚିବା ପରେ ଟଙ୍କା ଗଣି ନ ପାରିବାରୁ ଶିଶୁପାଳ ହୋଇ ଘରକୁ ଫେରିଲା ବର

ଉତ୍ତରପ୍ରଦେଶ: ଟଙ୍କା ଗଣି ନ ପାରିବାରୁ ଶିଶୁପାଳ ହୋଇ ଘରକୁ ଫେରିଲା ବର । ଏପରି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶ ଫାରୁଖାବାଦରେ । ବରଯାତ୍ରୀଙ୍କୁ ସାଥିରେ ଧରି ଧୂମଧାମରେ ବାଜା ରୋସଣୀ କରି ବାହା ହେବାକୁ କନ୍ୟା ଘର ପାଖରେ ପହଁଚିଲା ବର। ତେବେ ବାଟବରଣୀ ବେଳେ ଜଣାପଡିଗଲା ବର ଜଣକ ପୁରା ଅପାଠୁଆ । ମାତ୍ର ୨୧୦୦ ଟଙ୍କାକୁ ଗଣିପାରିଲାନି । ଏହାପରେ ବାହା ହେବାକୁ ମନା କରିଦେଲା କନିଆଁ । ଫଳରେ ଶିଶୁପାଳ ହୋଇ ଘରକୁ ଫେରିଲା ବର ।

ସୂଚନା ଅନୁସାରେ ବିବାହ ପାଇଁ କନ୍ୟା ଘରେ ପହଞ୍ଚିବା ପରେ ବାଟବରଣୀ ସମୟରେ କନ୍ୟାର ଭାଇ ବରକୁ ଟଙ୍କା ଗଣିବାକୁ ଦେଇଥିଲେ । ନୋଟ୍ ଗଣିବା ଛାଡନ୍ତୁ, ଖୁଚୁରା ପଇସାବି ବର ଗଣି ପାରି ନଥିଲେ । ଏ ଖବର କନ୍ୟା ଜାଣିବା ପରେ ଅପାଠୁଆ ଯୁବକଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ । ଏହାପରେ ଉଭୟ ପରିବାର ମଧ୍ୟରେ ବିବାଦ ଦେଖା ଦେଇଥିଲା । କଥା କଟାକଟି ହେବା ସହ ଘଟଣା ଥାନାକୁ ଯାଇଥିଲା । ପରେ ବିବାହ କରା ନଯିବାକୁ ଥାନାରେ ବୁଝାମଣା ହୋଇଥିଲା । ଏହାପରେ ବର ଫେରି ଯାଇଥିଲା ।

ଖବର ଅନୁସାରେ ଦୁର୍ଗାପୁର ଗାଁର ଯୁବତୀଙ୍କ ବିବାହ ଦୁଇମାସ ପୂର୍ବରୁ ମେନପୁର ଥାନା ବିଛମା ଗାଁର ବବିନା ସାରାରେ ରହୁଥିବା ଯୁବକଙ୍କ ସହ ଠିକ ହୋଇଥିଲା । ଗୁରୁବାର ବର ଆସିଥିଲା । ରାତି ଗୋଟାଏରେ ବାଟବରଣୀ ସମୟରେ ବର ଅପାଠୁଆ ବୋଲି କୌଣସି କାରଣ ସନ୍ଦେହ କରିଥିଲେ । ଯୁବତୀଙ୍କ ଭାଇ ପଣ୍ଡିତଙ୍କୁ ୨୧୦୦ ଟଙ୍କା ଦେଇ ବରକୁ ଗଣାଇବାକୁ କହିଥିଲେ । ତାଙ୍କ ସନ୍ଦେହ ସତ ହେବା ପରେ ଏନେଇ ସେ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ । ଏହାପରେ ଯୁବତୀ ବିବାହ କରିବାକୁ ମନା କରି ଦେଇଥିଲେ ।

ଯୁବତୀ ବିବାହ କରିବାକୁ ମନା କରିବା ପରେ ଘଟଣା ଥାନାକୁ ଯାଇଥିଲା । ପୋଲିସ ଉଭୟ ପକ୍ଷଙ୍କୁ ଥାନାକୁ ନେଇଯାଇଥିଲା । ଥାନାରେ ଘଣ୍ଟା ଘଣ୍ଟା ଆଲୋଚନା ହେବା ପରେ ବିବାହ ବନ୍ଦ ହୋଇଥିଲା ।

Leave A Reply

Your email address will not be published.