ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭୂତ ସହିତ ବ୍ରେକ୍‍ଅପ୍‍!

ଭୂତ ଅଛି କି ନାହିଁ ସେ ନେଇ ସବୁବେଳେ ବିବାଦ ଲାଗି ରହିଆସିଛି। ବିଜ୍ଞାନ କହିଛି ଯେ ଭୂତ ଏବଂ ଆତ୍ମା ଭଳି କୌଣସି ଜିନିଷ ନାହିଁ। ଏସବୁ ମନର ଭ୍ରମ। କିନ୍ତୁ ସାରା ବିଶ୍ୱରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଭୂତ ଉପରେ ବିଶ୍ୱାସ କରନ୍ତି। କିନ୍ତୁ ଭୂତକୁ ଭଲପାଇବା କଥା ଟିକିଏ ଅଜବ ନିଶ୍ଚୟ। ଇଂଲଣ୍ଡରେ ଘଟିଥିବା ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ଇଂଲଣ୍ଡର ଆମେଥାଇଷ୍ଟ ରିଲାମ ନାମକ ଜଣେ ମହିଳା କେବଳ ଭୂତକୁ ଭଲପାଇ ବସିଥିଲେ। କେବଳ ସେତିକିନୁହେଁ, ସେ ଭୂତ ସହିତ ବିଦେଶଗସ୍ତ ମଧ୍ୟ କରିଥିଲେ। ଭୂତ ସହିତ ତାଙ୍କର ନିବିଡ଼ ସମ୍ପର୍କ ଥିଲା। ସେ ଏକଦା ଏକଥା ମଧ୍ୟ କହିଥିଲେ ଯେ ସେ ଏକ ଭୂତ ସନ୍ତାନର ମା’ ହେବାକୁ ଚାହୁଁଛନ୍ତି। କିନ୍ତୁ ଏହି ମହିଳା ବର୍ତ୍ତମାନ ଦୀର୍ଘଦିନର ସମ୍ପର୍କକୁ ଭାଙ୍ଗିବାକୁ ଚାହୁଁଛନ୍ତି। ସେ ଆଉ ଭୂତ ସହିତ ବିବାହ କରିବେ ନାହିଁ। କାରଣ ସେମାନଙ୍କ ମଧ୍ୟରେ ଥିବା ସବୁ ସମ୍ପର୍କ ସମାପ୍ତ ହୋଇଛି। ସାଧାରଣ ଲୋକଙ୍କ ଦୃଷ୍ଟିକୋଣରୁ ରିଲାମଙ୍କୁ ଜଣେ ମାନସିକ ବିକାରଗ୍ରସ୍ତ ମହିଳା ବୋଲି କୁହାଯାଇପାରେ। ମାତ୍ର ‘ପାରାନର୍ମାଲ’ ବିଦ୍ୟାରେ ବିଶ୍ୱାସ ରଖୁଥିବା ଲୋକମାନଙ୍କ ପାଇଁ ଏହା ନିଶ୍ଚିତ ଭାବରେ ଏକ କୌତୂହଳର ବିଷୟ।

Leave A Reply

Your email address will not be published.