ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ତେଲ କଢେଇରୁ ନିଆଁ ବ୍ୟାପି ଜଳିଗଲା ଜଳଖିଆ ଦୋକାନ

କେନ୍ଦ୍ରାପଡ଼ା: ଗରମ ତେଲ କଢେଇରୁ ଜଳିଗଲା ଜଳଖିଆ ଦୋକାନ। ତେଲ ଗରମ ଅଛି କି ନାହିଁ ଚେକ କରିବାକୁ ପାଣି ଛିଞ୍ଚିବାରୁ କଢେଇରୁ ନିଆଁ ବ୍ୟାପି ସମ୍ପୂର୍ଣ୍ଣ ଦୋକାନଟି ଜଳିପୋଡି ପାଉଁଶ ହୋଇଯାଇଛି। ଦୁହୁରିଆ ଛକରେ ଥିବା ଏକ ଜଳଖିଆ ଦୋକାନରେ ଶୁକ୍ରବାର ସନ୍ଧ୍ୟାରେ ଏହିଭଳି ଅଗ୍ନିକାଣ୍ତ ଘଟିଛି।

ସୂଚନା ଅନୁଯାୟୀ,  ଛାଞ୍ଚୁଣିଆ ଗ୍ରାମର ହରେକୃଷ୍ଣ ସାହୁ ପ୍ରତିଦିନ ଭଳି ଶୁକ୍ରବାର ସନ୍ଧ୍ୟା ସମୟରେ ମଧ୍ୟ ବରା, ପିଆଜି ଇତ୍ୟାଦି ଛାଣୁଥିଲେ। ଏହି ସମୟରେ ତେଲ ଗରମ ଅଛି କି’ ନାହିଁ, ତାହା ଜାଣିବା ପାଇଁ ତେଲ ଉପରକୁ ପାଣି ଛାଟି ଦେଇଥିଲେ। ଫଳରେ ନିଆଁ ତେଲ କଡେ଼ଇ ଉପରକୁ ଉଠି ଚାରିଆଡ଼କୁ ମାଡ଼ି ଯାଇଥିଲା। ଅଗ୍ନିକାଣ୍ତରେ କେବିନ୍‌ ସମ୍ପୂର୍ଣ୍ଣ ପୋଡ଼ିଯିବା ସହିତ ଏହାର ପ୍ରଭାବରେ ପାର୍ଶ୍ବବତୀ ଦୋକାନ ବି ପ୍ରଭାବିତ ହୋଇଛି। ସ୍ଥାନୀୟ ଲୋକଙ୍କଠୁ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କଲା ବେଳକୁ ସବୁକିଛି ଜଳି ପୋଡି ପାଉଁଶ ହେଇ ଯାଇଥିବା ଜଣାପଡିଛି।

Leave A Reply

Your email address will not be published.