ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବ୍ରେକଅପ୍ କାଫେ

ବ୍ରେକଅପରେ ଅନେକ ଏଭଳି  କିଛି ପଦକ୍ଷେପ ଗ୍ରହ କରନ୍ତି ଯାହା ଦ୍ବାରା ପରିବାର ଲୋକ ତଥା ସାଙ୍ଗସାଥୀଙ୍କୁ ଆଘାତ ପହଞ୍ଚେ। ତେବେ ଡେରାଡୁନର ଦିବ୍ଯାଂଶ ପ୍ରେମରେ ବିଫଳ ହେବା ପରେ ଅଜବ ପ୍ରକାର କାମ କରି ଦେଖାଇଛନ୍ତି। ସେ ‘ଦିଲ ତୁଟା ଆଶିକ୍’ ନାଁରେ ଗୋଟିଏ କାଫେ ଖୋଲିଛନ୍ତି। ଯାହା ଏବେ ଚାରିଆଡେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ଏହି କାଫେରେ ଯୁବ ପିଢିଙ୍କ ଗହଳି ଖୁବ ଅଧିକ ଦେଖିବାକୁ ମିଳେ। ଅବଶ୍ଯ ଅନ୍ଯ କାଫେଠାରୁ ଏହା ଏକଦମ ଭିନ୍ନ । କାରଣ ଯେଉଁମାନେ ପ୍ରେମରେ ବିଫଳ ହୋଇଥାନ୍ତି  ସେମାନଙ୍କୁ ଏଠାରେ ପରାମର୍ଶ ଦିଆଯାଏ। ସେମାନଙ୍କର କାଉନସେଲିଂ କରାଯାଏ। ଏହା ଛଡା ଦିବ୍ଯାଂଶ ମଧ୍ୟ ନିଜର ପ୍ରେମ କାହାଣୀ ଅନ୍ଯମାନଙ୍କ ସହ ଆଲୋଚନା କରନ୍ତି। କିନ୍ତୁ ନିଜ ପ୍ରେମିକାର ନାଁ କାହା ସହ ସେୟାର କରନ୍ତି ନାହିଁ। ଗଲଫ୍ରେଣ୍ଡକୁ ଅପମାନ କରିବା ତାଙ୍କ ଉଦ୍ଦେଶ୍ଯ ନ ଥିବାରୁ ସେ ତାଙ୍କ ନାଁ ଲୁଚାଉଥିବା କହନ୍ତି।  ସେ ଓ ତାଙ୍କ ସାଙ୍ଗମାନେ କାଫେକୁ ଚଳାନ୍ତି। କେବଳ ଏତିକି ନୁହେଁ , ସମସ୍ତେ କିଭଳି ଦୁଃଖ ଯନ୍ତ୍ରଣାକୁ ଭୁଲି ଜୀବନରେ ଆଗକୁ ବଢିବା ସେ ନେଇ ଉତ୍ସାହିତ କରନ୍ତି ଦିବ୍ଯାଂଶ ।

Leave A Reply

Your email address will not be published.