୯ ଜଣ ମହିଳାଙ୍କୁ ବିବାହ କଲେ ବ୍ରାଜିଲର ଜଣେ ଯୁବକ

ବ୍ରାଜିଲିଆ: ବ୍ରାଜିଲରେ ଜଣେ ପୁରୁଷ ଗୋଟିଏ କିମ୍ବା ଦୁଇଜଣ ନୁହେଁ ବରଂ ୯ ଜଣ ମହିଳାଙ୍କୁ ବିବାହ କରିଛନ୍ତି । ଏହି ବିବାହ ସାଓ ପାଉଲୋ ସହରର କ୍ୟାଥୋଲିକ ଚର୍ଚ୍ଚରେ ଆୟୋଜିତ ହୋଇଥିଲା। ଏହି ବିବାହର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ନଅ ଜଣ ମହିଳାଙ୍କୁ ବିବାହ କରିଥିବା ବ୍ରାଜିଲର ମଡେଲ ଆର୍ଥର ଓ ଉର୍ସୋ କହିଛନ୍ତି ଯେ ସେ ‘ମୁକ୍ତ ପ୍ରେମ’କୁ ପାଳନ କରିବା ପାଇଁ ସେ ଏହା କରିଛନ୍ତି।

ରିପୋର୍ଟ ଅନୁଯାୟୀ, ମଡେଲ୍ ଆର୍ଥର୍ ଓ ଉର୍ସୋ ବିବାହିତ ଏବଂ ସେ ତାଙ୍କ ହନିମୁନ୍‌ର ହଟ ଚିତ୍ର ସେୟାର କରି ସେତେବେଳ ଚର୍ଚ୍ଚିତ ହୋଇଥିଲେ। ବର୍ତ୍ତମାନ ନଅ ଜଣ ମହିଳାଙ୍କୁ ଏକାଠି ବିବାହ କରି ସେ ପୁଣି ଲାଇମଲାଇଟ୍ ରେ ପ୍ରବେଶ କରିଛନ୍ତି। ସେ କହିଛନ୍ତି ଯେ ମଡେଲ ଆର୍ଥର ଓ ଓସରୋ ଗୋଟିଏ ବିବାହ ପ୍ରଥାକୁ ବିରୋଧ କରି ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିରେ ତାଙ୍କ ପତ୍ନୀ ଲୁଆନା ମଧ୍ୟ ସମର୍ଥନ କରିଥିଲେ ।

ଆର୍ଥର ଓ ଲୁଆନା ତାଙ୍କ ବିବାହ ପରେ ନ୍ୟୁଡିଟି ପାଇଁ ଖ୍ୟାତିଲାଭ କରିଥିବା କ୍ୟାପ ଡି ଆଗଡେରେ ଖୁଲମଖୁଲା ହନୀମୁନ ମନେଇଥିଲେ । ସେହିପରି କରୋନା ମହାମାରୀ ସମୟରେ ସେମାନେ ସେକ୍ସ ଟିପ୍ସ ଦେଇ ଚର୍ଚ୍ଚାକୁ ଆସିଥିଲେ । ଚଳିତ ମାସରେ ଆର୍ଥର ବେକରେ ବେଲ୍ଟ ଲଗାଇ ଲୁଆନ ଷ୍ଟେସନ ଯାଇ ବୁଲାଇଥିଲେ ।

Leave a comment