ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କାହାର ହେବ ବ୍ରଜରାଜନଗର; ଆଜି ଆସିବ ଜନାଦେଶ, ଆରମ୍ଭ ହେଲା କାଉଣ୍ଟିଂ

ବ୍ରଜରାଜନଗର: କିଏ ହେବ ବ୍ରଜରାଜନଗରର ନୂଆ ବିଧାୟକ । କାହାକୁ ବିଧାୟକ ରୂପେ ବାଛିଛନ୍ତି ଜନତା । ଆଜି ଆସିବ ଜନାଦେଶ । ଆଉ କିଛି ସମୟରେ ଆସିବ ପ୍ରାରମ୍ଭିକ ଚିତ୍ର । ଖୋଲିବ ଇଭିଏମ ଗଣାହେବ ଭୋଟ । ରାଜ୍ୟର ବହୁ ଚର୍ଚ୍ଚିତ ଓ ହଟ୍ ସିଟ୍‌ ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟିଂ। ପ୍ରଥମ ପର୍ଯ୍ୟାୟରେ ପୋଷ୍ଟାଲ ବାଲାଟ୍ ଗଣତି କରାଯାଉଛି । ଏହାପରେ ଖୋଲିବ ଇଭିଏମ୍ । ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲ ପରିସରରେ ଗଣତି କେନ୍ଦ୍ର ହୋଇଛି । ମୋଟ୍ ୧୪ଟି ଟେବୁଲରେ ୨୦ଟି ରାଉଣ୍ଡରେ ଗଣତି ହେଉଛି ।

୨୭୯ଟି ବୁଥ୍ ଥିବାରୁ ୨୦ ରାଉଣ୍ଡରେ ଗଣତି ଶେଷ ହେବ ବୋଲି ଜଣାପଡ଼ିଛି । ପ୍ରତି ଟେବୁଲରେ ରହିବେ ୪ଜଣ କାଉଣ୍ଟିଂ ଅଫିସର । ପ୍ରତି ରାଉଣ୍ଡର ଫଳାଫଳ ମାଇକ ଯୋଗେ ଘୋଷଣା କରାଯିବ। ଗଣତି ଏଜେଣ୍ଟମାନଙ୍କ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ଭୋଟ୍ ଗଣତି କେନ୍ଦ୍ରରେ ମିଡିଆ ସେଣ୍ଟର ମଧ୍ୟ କରାଯାଇଛି । ଏଠାରେ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଗଣତି ନେଇ ତଥ୍ୟ ପାଇପାରିବେ । ଭୋଟଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଭୋଟ ଗଣତି ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଗଣତି କେନ୍ଦ୍ରରେ କେନ୍ଦ୍ରୀୟ ଅର୍ଦ୍ଧ ସୁରକ୍ଷା ବଳ, ସଶସ୍ତ୍ର ପୋଲିସ ବାହିନୀ ସହ ଓଡ଼ିଶା ପୋଲିସର ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବ୍ୟାପକ ପ୍ରସ୍ତୁତି କରିଛି ଜିଲ୍ଲା ପ୍ରଶାସନ । ସୁରକ୍ଷା ବ୍ୟବସ୍ଥା ପାଇଁ ଗୋଟିଏ ପ୍ଲାଟୁନ ସିଆରପିଏଫ ବ୍ୟତୀତ ଓଡିଶା ପୋଲିସର ପାଞ୍ଚ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି । ୨ ଜଣ ଅତିରିକ୍ତ ଏସପି, ୪ ଜଣ ଡିଏସପି ଏବଂ ୫ ଜଣ ଇନସପେକ୍ଟର ସୁରକ୍ଷା ଦାୟିତ୍ବରେ ରହିଛନ୍ତି ।

ସେପଟେ ଗଣତି ପୂର୍ବରୁ ବିଜୟ ନେଇ ସବୁ ଦଳର ପ୍ରାର୍ଥୀ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ବିଜେଡି ବିପୁଳ ଭୋଟରେ ବିଜୟୀ ବୋଲି ଦୃଢୋକ୍ତି ପ୍ରକାଶ କରିଥିବା ବେଳେ ଦ୍ବିତୀୟ ତୃତୀୟ ସ୍ଥାନ ପାଇଁ ବିଜେପି ଓ କଂଗ୍ରେସ ଲଢୁଛନ୍ତି ବୋଲି କହିଛି ।

Leave A Reply

Your email address will not be published.