ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୀଠ ପୂଜା ପାଇଁ ବ୍ରାହ୍ମଣ ବରଣ

ପୁରୀ,: ଶାରଦୀୟ ଦୁର୍ଗାପୂଜା ମହୋତ୍ସବ ଆରମ୍ଭ ଅବସରରେ ବୁଧବାର ମା’ ବିମଳାଙ୍କ ପୀଠ ସମେତ ମା’ ଭୁବନେଶ୍ୱରୀ ପୀଠ, ମା’ ବାଟମଙ୍ଗଳା, ମା’ ଉତ୍ତରାୟଣୀ, ମା’ ଦକ୍ଷିଣକାଳୀ, ମା’ ଆଲାମଚଣ୍ଡୀ ପୀଠ ଓ କପିଳେଶ୍ୱରପୁରସ୍ଥିତ ମା’ ପଞ୍ଚମୁଖୀ ଠାକୁରାଣୀଙ୍କ ପୀରରେ ସ୍ୱତନ୍ତ୍ର ପୂଜାବିଧି ଶୁଭାରମ୍ଭ ହୋଇଛି । ଏଥିପାଇଁ ଶ୍ରୀନଅରରେ ସ୍ତୋତ୍ରୀୟ ବ୍ରାହ୍ମଣମାନଙ୍କୁ ବରଣ କରାଯାଇଛି। ଦେବୀ ପୀଠରେ ପୂଜାର୍ଚ୍ଚନା, ଚଣ୍ଡୀପାଠ ଓ ଠାକୁରାଣୀଙ୍କ ସହସ୍ରନାମ ପାଇଁ ବ୍ରାହ୍ମଣମାନଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି। ପ୍ରଥମେ ଶ୍ରୀନଅର ସିଂହଦ୍ୱାରଠାରେ ବିରାଜିତ ମା’ କନକଦୁର୍ଗାଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇଥିଲା । ପରେ ବ୍ରାହ୍ମଣମାନଙ୍କୁ ଗୁଆ ନଡ଼ିଆ ଆଦି ପ୍ରଦାନ ପୂର୍ବକ ବରଣ କରାଯାଇଥିଲା। ପୀଠମାନଙ୍କରେ ସୁରୁଖୁରୁରେ ପୂଜାବିଧି ସମାପନ ପାଇଁ ବ୍ରାହ୍ମଣମାନଙ୍କୁ ପରାମର୍ଶ ଦିଆଯାଇଥିଲା।

Leave A Reply

Your email address will not be published.