ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଘୁଞ୍ଚିଲା ବିପିୟୁଟି ସିମେଷ୍ଟର ପରୀକ୍ଷା, ମେ’ ୭ରୁ ଅନ୍‌ଲାଇନ୍‌ରେ ହେବ

ଭୁବନେଶ୍ୱର: ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଓ ଛାତ୍ରଛାତ୍ରୀଙ୍କ ଦାବିକୁ ଦୃଷ୍ଟିରେ ରଖି ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପିୟୁଟି) ପକ୍ଷରୁ ଛାତ୍ରଛାତ୍ରୀଙ୍କ ଅଡ୍‍ (ଯୁଗ୍ମ) ସିମେଷ୍ଟର ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଆସନ୍ତା ମେ ୭ରୁ ଅଡ୍‍ ସିମେଷ୍ଟର (ଦ୍ୱିତୀୟ ପର୍ଯ୍ୟାୟ) ପରୀକ୍ଷା ହେବ। ଏହା ସହ ଏହି ପରୀକ୍ଷା ଅନଲାଇନ୍‍ରେ ହେବ ବୋଲି ମଧ୍ୟ ବିପିୟୁଟି ବିଜ୍ଞପ୍ତି ପ୍ରକାଶ କରିଛି। ତେବେ ପରିବର୍ତ୍ତିତ ପରୀକ୍ଷା ସମ୍ପର୍କିତ ସବିଶେଷ ବିଜ୍ଞପ୍ତି ଖୁବଶୀଘ୍ର ପ୍ରକାଶ ପାଇବ ବୋଲି ମଧ୍ୟ ବିପିୟୁଟି ସୂଚନା ଦେଇଛି। ଏନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ନୂତନ ବିଜ୍ଞପ୍ତି ପ୍ରକାଶ ପାଇବା ସହିତ କଲେଜଗୁଡ଼ିକୁ ମଧ୍ୟ ଅବଗତ କରାଯାଇଛି। ତେବେ ଅନଲାଇନ୍‍ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ଇ-ମେଲ୍‍ ଆଇଡି, ମୋବାଇଲ ନମ୍ବର ଓ ଫଟୋ ବିପିୟୁଟିର ୱେବ୍‍ ପୋର୍ଟାଲ www.bputevaluation.com ରେ ଅପଲୋଡ କରିବା ପାଇଁ ବିଶ୍ୱବିଦ୍ୟାଳୟ କଲେଜଗୁଡ଼ିକୁ ନିର୍ଦ୍ଦେଶ ଦେଇଛି। କଲେଜଗୁଡ଼ିକ ଆସନ୍ତା ୧୫ ଏପ୍ରିଲ୍‍ରୁ ୧୯ ତାରିଖ ମଧ୍ୟରେ ତଥ୍ୟ ଅପଲୋଡ କରିବେ। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଛାତ୍ରଛାତ୍ରୀଙ୍କ ତଥ୍ୟ ଅପଲୋଡ କରିବା ପାଇଁ ବିପିୟୁଟି ଅନୁବନ୍ଧିତ ସମସ୍ତ କଲେଜଗୁଡ଼ିକୁ ପରାମର୍ଶ ଦେଇଛି। ରାଜ୍ୟରେ କରୋନାର ପୁନଃ ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ବିଭିନ୍ନ ଛାତ୍ର ସଂଗଠନ ପକ୍ଷରୁ ଅନଲାଇନରେ ପରୀକ୍ଷା କରିବା ପାଇଁ ଦାବି ହେଉଥିଲା। ତେବେ ବର୍ତ୍ତମାନର କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ବିପିୟୁଟି ଛାତ୍ରଛାତ୍ରୀଙ୍କ ପରୀକ୍ଷାକୁ ଘୁଞ୍ଚାଇବା ସହିତ ଅନଲାଇନ୍‍ରେ ପରୀକ୍ଷା କରିବା ପାଇଁ ବିଜ୍ଞପ୍ତି ଜାରି କରିଛି।

Leave A Reply

Your email address will not be published.