ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପ୍ରେମ ନ କରିବାରୁ ସୋସିଆଲ ମିଡିଆରେ ଯୁବତୀଙ୍କ ଚରିତ୍ର ସଂହାର କରୁଥିଲା ପ୍ରେମିକ, ଅଭିଯୁକ୍ତଙ୍କୁ ଉଠାଇ ଆଣିଲା ପୁଲିସ

କେନ୍ଦ୍ରାପଡା: ଏକତରଫା ପ୍ରେମରେ ବିଫଳ ହେବା ପରେ ଅଭିଯୁକ୍ତ ଯୁବତୀଙ୍କ ଫଟୋକୁ ଏଡିଟ କରି ସୋସିଆଲ ମିଡ଼ିଆରେ ଭାଇରଲ କରିବା ମହଙ୍ଗା ପଡିଛି । ଏନେଇ ଦୈନିକ ସକାଳ ଖବରକାଗଜରେ ଖବର ପ୍ରକାଶିତ ହେବା ପରେ କେନ୍ଦୁଝରରୁ ଅଭିଯୁକ୍ତ ଯୁବକକୁ ଉଠାଇ ଆଣିଲା ‌ଟାଉନ ଥାନା ପୁଲିସ । ଅଭିଯୁକ୍ତ ଯୁବକ ଜଣକ ହେଉଛନ୍ତି କେ‌ନ୍ଦୁଝର ଜିଲ୍ଲା ରାଜନଗରର ଗ୍ରାମର ଚନ୍ଦନ ମାଟିଆ । କେନ୍ଦୁଝରର ତୁରୁମୁଙ୍ଗା ପୁଲିସ ସହାୟତାରେ ଅଭିଯୁକ୍ତ ଚନ୍ଦନଙ୍କୁ ଟାଉନ ପୁଲିସ ଧରିବାରେ ସଫଳ ହୋଇଥିବା ବେଳେ ଆଜି ତାଙ୍କୁ ଗିରଫ କରି କୋର୍ଟଚାଲାଣ କରା‌ଯାଇଥିବା ପୋଲିସ କହିଛି ।

ପ୍ରକାଶଯୋଗ୍ୟ, କେନ୍ଦ୍ରାପଡା ଟାଉନ ଥାନା ଅଧିନ ଭଗେଶ୍ୱରପୁର ଅଞ୍ଚଳରେ ଏହିଭଳି ଏକ ଘଟଣା ଦେଖିବାକୁ ମିଳିଥିଲା । ଗତ ୬ ମାସ ହେଲା ଭଗେଶ୍ୱରପୁର ଅଞ୍ଚଳର ଜଣେ କଲେଜ ଛାତ୍ରୀଙ୍କୁ କେନ୍ଦୁଝର ଅଞ୍ଚଳର ଚନ୍ଦନ ପ୍ରେମ ନିବେଦନ କରିଆସୁଥିଲେ । ଯୁବତୀ ଜଣଙ୍କ ପ୍ରେମକୁ ଅଗ୍ରାହ୍ୟ କରିଆସୁଥିଲେ । ଗତ ୩ ତାରିଖ ଦିନ ଯୁବତୀଙ୍କୁ ଭେଟି ପ୍ରେମ ନକଲେ ଚରିତ୍ର ସଂହାର କରି ବରବାଦ କରିଦେବେ ବୋଲି ଧମକ ଦେଇଥିଲେ । ଯଦି ତାଙ୍କୁ ଭଲ ନପାଇବ ତେବେ ଆଉ କାହାକୁ ବିବାହ କରେଇ ଦେବେନି ବୋଲି ଅଭିଯୁକ୍ତ ଜଣଙ୍କ ଧମକ ଦେଇଥିଲେ । ହେଲେ ଛାତ୍ରୀ ଜଣଙ୍କ ପାଠ ପଢି ବାପମାଙ୍କ ସ୍ୱପ୍ନ ସାକାର କରିବା ସହ ପ୍ରେମ କରିବେ ନାହିଁ ବୋଲି ରୋକଠୋକ ମନା କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ କେନ୍ଦୁଝରର ଚନ୍ଦନ ନାମକ ଅଭିଯୁକ୍ତ ଛାତ୍ରୀଙ୍କ ନାମରେ ଫେକ ଆଇଡି ଖୋଲି ତାଙ୍କ ଚରିତ୍ର ସଂହାର କରୁଥିଲେ । ଛାତ୍ରୀଙ୍କ ଫଟୋକୁ ଅଶ୍ଲୀଳ କରି ସୋସିଆଲ ମିଡିଆରେ ପୋଷ୍ଟ କରୁଥିଲେ । କେବଳ ଛାତ୍ରୀଙ୍କ ନୁହେଁ ତାଙ୍କ ବାପମାଙ୍କ ଚରିତ୍ର ସଂହାର ମଧ୍ୟ କରୁଥିଲେ । ତାଛଡା ଯୁବତୀଙ୍କ ବାପମା, ସମର୍କୀୟଙ୍କୁ ବିଭିନ୍ନ ଫଟୋ ଆଉ ମେସେଜ ପଠାଇ ବଦନାମ କରୁଥିବା ନେଇ ଅଭିଯୋଗ ହୋଇଛି । ଏହି ଘଟଣା ପରେ ଛାତ୍ରୀ ଜଣଙ୍କ ମାନସିକ ଭାରସାମ୍ୟ ହରାଇ ବସିଥିଲେ । ଏନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା ୧୫୮/୨୧ ରୁଜୁ କରି ଚୁପ ବସିଥିଲା ।

Leave A Reply

Your email address will not be published.