ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପ୍ରେମିକାକୁ ଭିଡିଓ କଲ କରି ଝୁଲିପଡିଲା ପ୍ରେମିକ

ଭୁବନେଶ୍ବ : ତ୍ରିକୋଣୀୟ ପ୍ରେମକୁ ନେଇ ଜୀବନ ହାରିଲେ ଯୁବକ। ପ୍ରେମିକାକୁ ଭିଡିଓ କଲ କରି ଝୁଲିପଡିଲେ ଯୁବକ । ମୃତକ ଜଣଙ୍କ ନୟାଗଡ଼ର ସର୍ବେଶ୍ୱର ପରିଡ଼ା ବୋଲି ଜଣାପଡିଛି । ଖବର ପାଇ ଲିଙ୍ଗରାଜ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଜାରି ରଖିଛି ।

ସୂଚନା ଅନୁଯାୟୀ,  ସର୍ବେଶ୍ୱର ପୁରୁଣା ଭୁବନେଶ୍ୱରରେ ରହୁଥିଲେ । ସେ ଏଠାର ଏକେ ଗାଡି ସର୍ଭିସ ସେଣ୍ଟରରେ କାମ କରୁଥିଲେ । ହେଲେ ପ୍ରେମରେ ବିଫଳ ହେବାରୁ ନେଇଗଲେ ଚରମ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ଆଉ ପ୍ରେମିକାକୁ ଭିଡିଓ କଲ୍‌ କରି ଆତ୍ମହତ୍ୟା କରିଥିଲେ ଯୁବକ । ବେକରେ ଗାମୁଛା ଲଗାଇ ଝୁଲିପଡିଲେ ସର୍ବେଶ୍ୱର। ଏହାପରେ ସ୍ଥାନୀୟ ଲିଙ୍ଗରାଜ ପୁଲିସକୁ ଖବର ଦିଆଯାଇଥିଲା । ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୁଲିସ କହିଛି।

Leave A Reply

Your email address will not be published.