ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭାଇ ଗୋଡ଼ାଇବାରୁ ପ୍ରେମିକାକୁ ବାଇକ୍‌ରୁ ଠେଲି ଛୁ ମାରିଲା ପ୍ରେମିକ

ଧଉଳି: ପ୍ରେମିକାକୁ ବାଇକ୍‌ରେ ଧରି ବୁଲୁଥିଲା ପ୍ରେମିକ। ଦୁଇ ଜଣଯାକ ଭୁବନେଶ୍ଵର ସହିଦନଗରରୁ ବାହାରି ଧଉଳି ବୁଲିବାକୁ ଯାଉଥିଲେ। କିନ୍ତୁ ସେମାନେ ଜାଣିନଥିଲେ ଯେ ପ୍ରେମିକାର ଭାଇ ସେମାନଙ୍କୁ ପିଛା କରୁଥିଲା। ରାସ୍ତାରେ ଯେତେବେଳେ ଭାଇ ପିଛା କରୁଥିବା କଥା ଜଣାପଡ଼ିଲା, ଭୟରେ ପ୍ରେମିକ ପ୍ରେମିକାକୁ ବାଇକ୍‌ରୁ ଠେଲି ନଦୀବନ୍ଧ ତଳକୁ ଫିଙ୍ଗି ଦେଇଥିଲା ଓ ଦ୍ରୁତବେଗରେ ସେଠାରୁ ପଳାଇଥିଲା । ବିଚାରି ପ୍ରେମିକା ବାଇକ୍‌ରୁ ଖସି ଆହତ ହୋଇଥିଲା ଓ ବିକଳରେ ଧାଇଁପାଇଁ ନିକଟସ୍ଥ ଜଣକ ଘରେ ପଶି ଆତ୍ମଗୋପନ କରିଥିଲା। ଧଉଳି ଲିଙ୍ଗିପୁର ଦୟାନଦୀ ବନ୍ଧ ରାସ୍ତାରେ ଘଟିଥିବା ଏହି ଘଟଣାଟି ଗତକାଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

ସ୍ଥାନୀୟ ଲୋକଙ୍କ  ସୂଚନାନୁସାରେ ବାଇକ୍‌ରେ ଦୁଇ ଜଣାଯାକ ଯାଉଥିଲେ । ଲିଙ୍ଗିପୁର ଗାଁ ଛକରୁ କେଇ ଗଜ ଦୂରରେ ହଠାତ୍ ଯୁବକ ଜଣକ ଯୁବତୀଙ୍କୁ ବାଇକ୍‌ରୁ ଠେଲି ପଳାଇଥିଲା। ଯୁବତୀ ଜଣକ ଦୟାନଦୀ ବନ୍ଧ ତଳକୁ ଖସି ପଡ଼ି ଆହତ ହୋଇଥିଲେ ବି ଛେଟୋଇ ଛୋଟେଇ ନିକଟସ୍ଥ ଜଣକ ଘରେ ପଶି ଯାଇଥିଲେ। ଏହି ସମୟରେ ପଛରେ ବାଇକ୍‌ରେ ଆସୁଥିବା ଜଣେ ଯୁବକ ଯୁବତୀଙ୍କ ବାବଦରେ ପଚାରିଥିଲେ ବି ଗଣ୍ଡଗୋଳ ଆଶଙ୍କାରେ ଗାଁ ଲୋକେ କେହି କିଛି କହିନଥିଲେ। କିନ୍ତୁ ସେମାନେ ତୁରନ୍ତ ଧଉଳି ଥାନାକୁ ଖବର ଜଣାଇଥିଲେ। ପୁଲିସ ଆସିବା ଜାଣି ପିଛା କରୁଥିବା ଯୁବକ ସେଠାରୁ ପଳାଇଥିଲେ । ଖବର ପାଇ ଧଉଳି ଥାନା ପିସିଆର୍ ସେଠାରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରି ବାଳକାଟି ମେଡିକାଲକୁ ନେଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା କରାଇବା ପରେ ଯୁବତୀଙ୍କ ସୂଚନାନୁସାରେ ସହିଦନଗରରେ ରହୁଥିବା ତାଙ୍କ ପରିବାର ଲୋକଙ୍କୁ ପୁଲିସ ଖବର ଦେଇଥିଲା ଓ ପରେ ଯୁବତୀଙ୍କୁ ସେମାନଙ୍କ ଜିମା ଦେଇଥିଲା ।

 

Leave A Reply

Your email address will not be published.