ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଷାକ୍ତ ଖାଦ୍ୟ ଖାଇ ପୁଅ-ଝିଅ ମୃତ, ବାପା-ମା’ ଆଇସିୟୁରେ ଭର୍ତ୍ତି

ବଡମ୍ବା: ବିଷାକ୍ତ ଖାଦ୍ୟ ଖାଇ ଚାଲିଗଲା ଗୋଟିଏ ପରିବାରର ଦୁଇ ଜୀବନ । କଟକ ଜିଲ୍ଲା ବଡମ୍ବା ଥାନା ଅନ୍ତର୍ଗତ ଅଭିମାନପୁର ପଞ୍ଚାୟତର ବୀରବରପୁର ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା। ଘରେ ତିଆରି ଚାଟ ଖାଇ ପୁଅ-ଝିଅ ମୃତ୍ୟୁବରଣ କରିଥିବାବେଳେ ବାପା-ମା’ଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହୋଇପଡିଛି । ଗୋବିନ୍ଦ ପାତ୍ରଙ୍କ ଘରେ ପ୍ରସ୍ତୁତ ହୋଇଥିବା ଚାଟ୍ ଖାଇ ଗୋବିନ୍ଦ, ତାଙ୍କ ସ୍ତ୍ରୀ, ୧୨ ବର୍ଷର ଝିଅ ଓ ୮ ବର୍ଷର ପୁଅ ଗୁରୁତର ହୋଇପଡ଼ିଥିଲେ । ସ୍ଥାନୀୟ ଲୋକମାନେ ସେମାନଙ୍କୁ ମାଣିଆବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଆଜି ସକାଳୁ ଚିକିତ୍ସାଧୀନ ଅବସ୍ଥାରେ ପୁଅଝିଅଙ୍କର ମୃତ୍ୟୁ ହୋଇଛି ।  ଗୁରୁତର ଅବସ୍ଥାରେ ଉଭୟ ସ୍ୱାମୀ ସ୍ତ୍ରୀ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ଆଇସିୟୁରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଛି । ବାସି ଖାଦ୍ୟ ଖାଇବା ପରେ ଏଭଳି ଘଟିଥିବା ସୂଚନା ମିଳିଛି ।

Leave A Reply

Your email address will not be published.