ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ତାତିରେ ଜନଜୀବନ ଅସ୍ତବ୍ୟସ୍ତ: ୪୪.୫ ଡ଼ିଗ୍ରୀ ତାପମାତ୍ରା ସହ ବୌଦ୍ଧ ରାଜ୍ୟର ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ବର: ବଢୁଛି ସୂର୍ଯ୍ୟଙ୍କ ଉତ୍ତାପ, ଅସ୍ତବ୍ୟସ୍ତ ହେଉଛି ଜନଜୀବନ। ତାତିରୁ ମିଳୁନି ନିସ୍ତାର । ଆଜି ବୌଦ୍ଧ ୪୪.୫ ଡ଼ିଗ୍ରୀ ତାପମାତ୍ରା ସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ସେହିପରି ୨୨  ସହରରେ ଦିନ ତାପମାତ୍ରା ୪୦ ଡ଼ିଗ୍ରୀ ଓ ତାଠାରୁ ଅଧିକ ରହିଛି। ୧୬ଟି ସହରର ତାପମାତ୍ରା ୪୨ ଡ଼ିଗ୍ରୀ ପାର କରିଥିବା ବେଳେ ୯  ସହରର ତାପମାତ୍ରା ୪୩ ଡ଼ିଗ୍ରୀ କିମ୍ବା ଅଧିକ ରେକର୍ଡ କରାଯାଇଛି। 

ଝାରସୁଗୁ଼ଡାରେ ୪୩.୯ ଡ଼ିଗ୍ରୀ, ବଲାଙ୍ଗୀରରେ ୪୩.୮ ଡ଼ିଗ୍ରୀ , ସୋନପୁରରରେ ୪୩.୬ ଡ଼ିଗ୍ରୀ, ସମ୍ବଲପୁରରେ ୪୩.୧ ଡ଼ିଗ୍ରୀ, ବାରିପଦାରେ ୪୩.୮ ଡ଼ିଗ୍ରୀ, ଅନୁଗୁଳରେ ୪୩.୧ ଡ଼ିଗ୍ରୀ, ସୁନ୍ଦରଗଡ଼ରେ ୪୩ ଡିଗ୍ରୀ  ଏବଂ ଟିଟିଲାଗଡ଼ରେ ୪୩.୫ ଡ଼ିଗ୍ରୀ ତାପମାତ୍ରା ରହିଛି ।

Leave A Reply

Your email address will not be published.