ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସଂକ୍ରମଣ ଆଗକୁ ଆହୁରି ବଢ଼ିବ, ୧୦ ତାରିଖରୁ ବୟସ୍କ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ବୁଷ୍ଟର ଡୋଜ୍

ଭୁବନେଶ୍ୱର: ରାଜ୍ୟର ବଢୁଛି ସଂକ୍ରମଣ। କରୋନାର ନୂଆ ଭାରିଆଣ୍ଟ ମଧ୍ଯ ବଢିବାରେ ଲାଗିଛି। ସଂକ୍ରମଣ ଆଗକୁ ଆହୁରି ବଢ଼ିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର । ବିଭିନ୍ନ ରାଜ୍ୟରେ ସଂକ୍ରମଣ ଯେଭଳି ବଢ଼ୁଛି, ଆମ ରାଜ୍ୟରେ ବି ବଢ଼ିବ । ବର୍ତ୍ତମାନ ସୁଦ୍ଧା ଆମ ରାଜ୍ୟରେ ସିଭିୟରିଟି ନାହିଁ, ଯଦି ବଢ଼ିବ ସେଥିଲାଗି ସରକାରଙ୍କ ପକ୍ଷରୁ ସବୁ ବ୍ୟବସ୍ଥା କରାଯାଇଛି । ଟିକାକରଣ, ସର୍ଭେଲାନ୍ସ ଜାରି ରହିଛି । ଏବେ ରାଜ୍ୟରେ ଆଇସିୟୁ ଲୋଡ୍ ବହୁତ କମ୍ ରହିଛି । ଆଇସିୟୁ ବେଡ୍ ବଢ଼ାଇବାକୁ ମଧ୍ୟ ବ୍ୟବସ୍ଥା କରାଯାଉଛି । ଖୋର୍ଦ୍ଧା, ସୁନ୍ଦରଗଡ଼, ସମ୍ବଲପୁର ଓ ବାଲେଶ୍ୱରରେ ସଂକ୍ରମଣ ଅଧିକ ରହିଛି । ଏ ସବୁ ଜିଲ୍ଲା ଉପରେ ସରକାରଙ୍କ ନଜର ରହିଛି ।

ଲୋକମାନେ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ, କୌଣସି ସ୍ଥାନରେ ଭିଡ଼ କରନ୍ତୁ ନାହିଁ । ୧୦ ତାରିଖରୁ ବୟସ୍କ, ସ୍ୱାସ୍ଥ୍ୟକର୍ମୀଙ୍କ ଲାଗି ବୁଷ୍ଟର ଡୋଜ୍ ଆରମ୍ଭ ହେବ । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁସାରେ ଯିଏ ଯେଉଁ ଟିକା ନେଇଥିଲେ, ସେଇ ଟିକା ହିଁ ନେବେ । ଓମିକ୍ରନ୍ ଚିହ୍ନଟ ଲାଗି କିଛିଦିନ ତଳେ ନୂଆ କିଟ୍ ବ୍ୟବହାର ନେଇ ଡିସିଜିଆଇ ଅନୁମୋଦନ ଦେଇଛନ୍ତି । ଏହି କିଟ୍ ଆଣିବାକୁ ରାଜ୍ୟ ସରକାର କାର୍ଯ୍ଯପନ୍ଥା ଆରମ୍ଭ କରିଛନ୍ତି ।

ଅନ୍ୟପଟେ ରାଜ୍ୟରେ ଜାରି ରହିଛି ଟିକାକରଣ । ଗତକାଲି ୧୧୨୫ଟି ସ୍ୱତନ୍ତ୍ର ଟୀକାକରଣ କେନ୍ଦ୍ରରେ ୧୫ରୁ ୧୮ ବର୍ଷ ବୟସ ବର୍ଗଙ୍କୁ ଟିକା ଦିଆଯାଇଥିଲା । ଗୋଟିଏ ଦିନରେ ୮୦ ହଜାରରୁ ଅଧିକ କିଶୋର ଟିକା ନେଇଛନ୍ତି । ବୟସ୍କ ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ କେଉଁ ଟିକାର ବୁଷ୍ଟର ଡୋଜ ଦିଆଯିବ ସେନେଇ ଏଯାଏ କେନ୍ଦ୍ରରୁ କୌଣସି ଲିଖିତ ଚିଠି ଆସିନି । ଯେଉଁମାନେ ୨ ଡୋଜ୍ ଟିକା ନେଇଛନ୍ତି, ସେମାନେ ବୁଷ୍ଟର ଡୋଜ୍ ଲାଗି ନିଜର ମୋବାଇଲ ନମ୍ବର ଦେବା ପରେ ପୁରୁଣା ତଥ୍ୟକୁ ଦେଖି ବୁଷ୍ଟର ଡୋଜ୍ ନେଇପାରିବେ ।

ତେବେ ଏବେ ଯାଏ ରାଜ୍ୟରେ ୨୭ ଲକ୍ଷ ଲୋକ ପ୍ରଥମ ଡୋଜ କୋଭିଡ୍ ଟିକା ନେଇ ନାହାନ୍ତି । ଏ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ । ସେହିଭଳି ୨୬ ଲକ୍ଷ ଲୋକ ପ୍ରଥମ ଡୋଜ୍ ନେବା ପରେ ଦ୍ୱିତୀୟ ଡୋଜ୍ ନେଇନାହାନ୍ତି। ସେମାନଙ୍କ ଟିକାକରଣ ଲାଗି ପଦକ୍ଷେପ ନିଆଯାଉଥିବା କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ।

Leave A Reply

Your email address will not be published.