ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଖାରକିଭରେ ଋଷର ଘନ ଘନ ବୋମା ଓ ମିଜାଇଲ ମାଡ଼

କିଭ୍: ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଛି ଜୋରଦାର ଯୁଦ୍ଧ । ଏହି ଯୁଦ୍ଧ ଆଜି ସପ୍ତମ ଦିନରେ ପହଞ୍ଚିଛି । ୟୁକ୍ରେନର ରାଜଧାନୀ କିଭ୍‌ ସମେତ ଦ୍ବିତୀୟ ବୃହତ ସହର ଖାରକିଭ୍‌ ଏବଂ ଅନ୍ୟ ସହରରେ ରୁଷ ସେନାର ଆକ୍ରମଣ ଜାରି ରହିଛି। ବିଶେଷକରି ଏହି ଦୁଇଟି ସହର ଉପରେ ଘନ ଘନ ବୋମାମାଡ ଚାଲିଛି। ଖାରକିଭରେ ଋଷ ଓ ୟୁକ୍ରେନ ସେନା ମୁହାଁମୁହିଁ ହୋଇଛନ୍ତି। ଖାରକିଭର ଏକ  ହସ୍ପିଟାଲ ଉପରେ ରୁଷ ସେନା ଆକ୍ରମଣ କରିଥିବା ବେଳେ ପୁଣି ବିସ୍ଫୋରଣରେ ପୁଲିସ ଏକାଡେମୀ ଓ ପୁଲିସ ମୁଖ୍ୟାଳୟ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି । ଖାରକିଭରେ ଋଷର ଆକ୍ରମଣରେ ବର୍ତମାନ ସୁଦ୍ଧାର ୨୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧୨ ଜଣ ଆହତ ହୋଇଥିବା ଖାରକିଭ୍ ମେୟର ସୂଚନା ଦେଇଛନ୍ତି ।

ସେପଟେ ରାଜଧାନୀ କିଭରେ ମଧ୍ଯ ଘନ ଘନ ବୋମାମାଡ଼ ହେଉଛି ।  ସହରଠାରୁ ୧୯ ମାଇଲ୍ ଦୂରରେ ରହିଛି ଋଷର ବିଶାଳ ସେନାବାହିନୀ ।

ଅନ୍ଯପଟେ,  ୟୁକ୍ରେନ୍‌ ରାଷ୍ଟ୍ରପତିଙ୍କ ବଡ ଦାବି କରିଛନ୍ତି। ୬ ଦିନରେ ରୁଷର ୬୦୦୦ ସୈନ୍ୟ ମିରିଥିବା ସେ କହିଛନ୍ତି।

 

Leave A Reply

Your email address will not be published.