ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜଧାନୀ ଉପକଣ୍ଠ ପଞ୍ଚୁପଲ୍ଲୀଠାରେ ବୋମାମାଡ଼, ୨ ଆହତ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ବୋମାମାଡ଼ । ଭୁବନେଶ୍ୱରର ଏୟାରଫିଲଡ଼ ଥାନା ପଞ୍ଚୁପଲ୍ଲୀ ଠାରେ ବୋମାମାଡ଼ ହୋଇଥିବା ଜଣାପଡିଛି । ଗତକାଲି ବିଳମ୍ବିତ ରାତିରେ ଘଟିଛି ଘଟଣା । ବୋମାମାଡ଼ରେ ୨ ଆହତ, ସେମାନଙ୍କୁ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବୋମାମାଡ଼ କରିଥିବା ଯୁବକ ଜଣକ ସ୍ଥାନୀୟ ଅଞ୍ଚଳର ଅକ୍ଷୟ ବୋଲି ସୂଚନା ମିଳିଛି । ଜନ୍ମାଷ୍ଟମୀ ରାତିରେ ହୋଇଥିବା ଗଣ୍ଡଗୋଳକୁ ନେଇ ହୋଇଛି ବୋମାମାଡ଼ । ଘଟଣା ସ୍ଥଳରେ କମିଶନରେଟ ପୋଲିସର ଛାନଭିନ । ଅଭିଯୁକ୍ତ ଅକ୍ଷୟ ଜଣେ ପେଶାଦାର ଅପରାଧୀ ବୋଲି ଜଣାପଡିଛି । ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଭୁବନେଶ୍ବର ଡିସିପିଙ୍କ ସୂଚନା

Leave A Reply

Your email address will not be published.