ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜମିଜମା ବିବାଦକୁ ନେଇ ବ୍ୟବସାୟୀଙ୍କ ଭାଇଙ୍କୁ ବୋମାମାଡ଼, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅନ୍ତର୍ଗତ କନ୍ତିଆରେ ଅଭାବନୀୟ ଘଟଣା ଘଟିଛି। ଜମିଜମା ବିବାଦକୁ କେନ୍ଦ୍ର କରି ଜଣେ ବ୍ୟବସାୟୀ ଭାଇଙ୍କ ଉପରକୁ ବୋମାମାଡ଼ ହୋଇଛି । ବୋମାମାଡରେ ବ୍ୟବସାୟୀ ରଚିତ୍ରାନନ୍ଦ ସାମନ୍ତରାୟ ଆହତ ହୋଇଛନ୍ତି। ରଚିତ୍ରାଙ୍କ ଗୋଡ଼ ଉପରକୁ ବୋମା ମାଡ଼ ହୋଇଛି । ତାଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଛି । ତାଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ରଚିତ୍ରାଙ୍କୁ ଭୁବନେଶ୍ଵର ସ୍ଥାନାନ୍ତର କରାଯାଇଛି ।

ବ୍ୟବସାୟୀ ଭାଲୁ ସାମନ୍ତରାୟଙ୍କ ସାନଭାଇ ହେଉଛନ୍ତି ରଚିତ୍ରାନନ୍ଦ । ଲଗାତର ୩ରୁ ଅଧିକ ବୋମାମାଡ଼ ହୋଇଥିବା ବେଳେ, ଏକାଧିକ ଅଫୁଟା ବୋମା ଜବତ କରିଛି ପୁଲିସ । ତେବେ ଏହି ଘଟଣାରେ ପୁଲିସ ୩ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି । ଦୁର୍ବୃତ୍ତ ବୋମା ଧରି ଗାଁରେ ଧମକାଉଥିଲେ । ଘଟଣାକୁ ନେଇ ଗାଁରେ ଭୟର ବାତାବରଣ ଦେଖାଦେଇଛି ।

Leave A Reply

Your email address will not be published.