ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

‘ଦ କାଶ୍ମୀର ଫାଇଲ୍ସ’କୁ ନେଇ ବଲିଉଡ ସୁପରଷ୍ଟାର ଅମୀର ଖାନ୍ ଦେଲେ ଏପରି ମନ୍ତବ୍ୟ, ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା

ନୂଆଦିଲ୍ଲୀ : ମାର୍ଚ୍ଚ ୧୧ ତାରିଖରେ ରିଲିଜ୍ ହୋଇଥିବା ‘ଦ କାଶ୍ମୀର ଫାଇଲ୍ସ’ ଚଳଚ୍ଚିତ୍ରକୁ ଦର୍ଶକମାନେ ଅଭୂତପୂର୍ବ ଭଲପାଇବା ଦେଉଛନ୍ତି। ଦର୍ଶକଙ୍କ ଭରପୁର ସମର୍ଥନ ସହ ବକ୍ସ ଅଫିସରେ ହିଟ୍ ହୋଇଛି ଦ କାଶ୍ମୀର ଫାଇଲ୍ସ। ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ବକ୍ସ ଅଫିସରେ ସବୁ ରେକର୍ଡକୁ ଭାଙ୍ଗିଦେଇଛି ବକ୍ସ ଅଫିସରେ ଜବରଦସ୍ତ ରୋଜଗାର କରୁଛି ‘ଦ କାଶ୍ମୀର ଫାଇଲ୍ସ’ । ଯିଏ ବି ଏହି ଫିଲ୍ମ ଦେଖୁଛନ୍ତି ପ୍ରଶଂସା କରି ରହି ପାରୁ ନାହାନ୍ତି।

୯୦ ଦଶକରେ କାଶ୍ମୀରରେ ଘଟିଥିବା ରକ୍ତାକ୍ତ ଘଟଣାକୁ ବଖାଣୁଛି ଏହି ଫିଲ୍ମ । ଘାଟିରେ ସଂଖ୍ୟା ଲଘୁ ହିନ୍ଦୁଙ୍କ ଉପରେ ହୋଇଥିବା ବର୍ବର ଆକ୍ରମଣକୁ ନେଇ ନିର୍ମାଣ ହୋଇଛି ବାସ୍ତବ କାହାଣୀ । ଏହି ଚଳଚ୍ଚିତ୍ରକୁ ନେଇ ରାଜନୀତିକରଣ ମଧ୍ୟ ଆରମ୍ଭ ହୋଇଛି । କାଶ୍ମୀର ପଣ୍ଡିତ ମାନଙ୍କ ପଳାୟନକୁ ନେଇ କେଉଁ ନେତାଙ୍କ ସମ୍ପୃକ୍ତି ରହିଥିଲା, ଆଜଦ ନାମରେ ପଣ୍ଡିତଙ୍କ ରକ୍ତରେ ହୋଲି ଖେଳୁଥିବା ନିର୍ଦ୍ଦିଷ୍ଠ ଗୋଷ୍ଠୀ ପଛରେ କାହାର ସମର୍ଥନ ରହିଥିଲା । ତାହା ଉକ୍ତ ଚଳଚ୍ଚିତ୍ରରେ ଉଲ୍ଲେଖ ରହିଛି । ଫିଲ୍ମ ରିଲିଜ ପରଠାରୁ ବାଦ-ବିବାଦ ସାମ୍ନାକୁ ଆସିଛି । ଖୁବ କମ୍ ହଲରେ ଫିଲ୍ମ ରିଲିଜ ହୋଇଥିବାବେଳେ ପରବର୍ତ୍ତୀ ସମୟରେ ଅଦ୍ଭୁତପୂର୍ବ ସଫଳତା ହାସଲ କରିଛି ଦ କାଶ୍ମୀର ଫାଇଲ୍ସ ।

ତେବେ ଏହାରି ଭିତରେ ବଲିଉଡର ସୁପରଷ୍ଟାର ଅମୀର ଖାନ୍ ମଧ୍ୟ ପିଲ୍ମକୁ ନେଇ ମୁହଁ ଖୋଲିଛନ୍ତି ।ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’କୁ ନେଇ ଏବେ ସାରା ଦେଶରେ ଚହଳ ପଡ଼ିଥିବା ବେଳେ ଏହାକୁ ଦେଖିବେ ବୋଲି ରବିବାର ବଲିଉଡ୍‌ ଷ୍ଟାର୍‌ ଆମୀର ଖାନ୍‌ ମତ ରଖିଛନ୍ତି। ଏଥିରେ ଭାରତର ଏକ ଐତିହାସିକ ଅଂଶ ଦୃଶ୍ୟମାନ ହୋଇଥିବାରୁ ଏହାକୁ ପ୍ରତ୍ୟେକ ଭାରତୀୟ ଦେଖିବା ଉଚିତ ବୋଲି ସେ କହିଛନ୍ତି।

ଦିଲ୍ଲୀରେ ଫିଲ୍ମ ‘RRR’ ର ଏକ ଇଭେଣ୍ଟରେ ଆମୀର ଖାନ ଉପସ୍ଥିତ ଥିଲେ | ଏଠାରେ ଆମୀର ଖାନଙ୍କୁ ଫିଲ୍ମ ‘କାଶ୍ମୀର ଫାଇଲ’ ବିଷୟରେ ପଚରାଯାଇଥିଲା । ଏହାପରେ ଆମୀର କହିଛନ୍ତି କି, ‘ଯାହା କଶ୍ମୀରରେ ହୋଇଛି, କଶ୍ମୀର ପଣ୍ଡିତଙ୍କ ସହ ହୋଇଛି ତାହା ଅତ୍ୟନ୍ତ ଖରାପ ହୋଇଛି। ତାହା ଅତ୍ୟନ୍ତ ଦୁଃଖର ବିଷୟ। ଯେଉଁ ଫିଲ୍ମ ତିଆରି ହୋଇଛି ତାହା ସବୁ ହିନ୍ଦୁସ୍ତାନୀଙ୍କୁ ଦେଖିବା ଦରକାର ଓ ମନେ ପକାଇବା ଦରକାର। ପ୍ରତିଟି ହିନ୍ଦୁସ୍ଥାନୀକୁ ଏହା ମନେ ରଖିବା ଉଚିତ୍ ଯେ, ଯେତେବେଳେ କୌଣସି ବ୍ୟକ୍ତି ଉପରେ ଅତ୍ୟାଚାର ହେଲେ ତାଙ୍କ ସହ କଣ ଘଟିଥାଏ। ଚଳଚ୍ଚିତ୍ରଟି ଲୋକଙ୍କ ଭାବପ୍ରବଣତାକୁ ଛୁଇଁପାରିଛି। ମୁଁ ନିଶ୍ଚିତ ଚଳଚ୍ଚିତ୍ରଟିକୁ ଦେଖିବି ଓ ମୁଁ ଖୁସି ଯେ ଏହି ଚଳଚ୍ଚିତ୍ରକୁ ସଫଳତା ମିଳିଛି।’

Leave A Reply

Your email address will not be published.