ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବଲିଉଡ ସିଙ୍ଗର ଉଦିତ୍ ନାରାୟଣ ଓ ଅଭିନେତା ଅନୁପମ ଖେର୍

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ଭାବେ ସାକ୍ଷାତ କରିଛନ୍ତି ବଲିଉଡ୍ ସିଙ୍ଗର ଉଦିତ୍ ନାରାୟଣ । ନବୀନ ନିବାସ ଯାଇ ନବୀନଙ୍କୁ ସାକ୍ଷାତ କରିଥିଲେ ଉଦିତ୍ । ଏହି ସାକ୍ଷାତକାର ବେଳେ ଉଭୟଙ୍କ ମଧ୍ୟରେ ବିଭିନ୍ନ ବିଷୟକୁ ନେଇ ଆଲୋଚନା ହୋଇଥିଲା । ଉଦିତଙ୍କ ସହ ପତ୍ନୀ ଉପସ୍ଥିତ ରହିଥିଲେ । ଉଭୟଙ୍କୁ ମୁଖ୍ୟମନ୍ତ୍ରୀ ହକି ଜର୍ସି ଦେଇ ସମ୍ବର୍ଦ୍ଧିତ କରିଥିଲେ । ଆୟୋଜିତ ଡଟଫେଷ୍ଟ କାର୍ଯ୍ଯକ୍ରମରେ ଯୋଗଦେବାକୁ ଭୁବନେଶ୍ବର ଆସିଛନ୍ତି ଉଦିତ । ସେପଟେ ବଲିଉଡ୍ ଅଭିନେତା ଅନୁପମ୍ ଖେର ମଧ୍ୟ ନବୀନଙ୍କୁ ଭେଟି କିଛି ସମୟ ଧରି କଥାବାର୍ତ୍ତା ହୋଇଥିଲେ । ତାଙ୍କୁ ମଧ୍ୟ ଏକ ହକି ଜର୍ସି ଉପହାର ଦେଇଥିଲେ ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.