bitcoin
Bitcoin (BTC) 2,311,065.86 0.54%
ethereum
Ethereum (ETH) 152,390.30 1.02%
tether
Tether (USDT) 77.60 0.04%
bnb
BNB (BNB) 25,504.87 0.11%
usd-coin
USD Coin (USDC) 77.71 0.06%
xrp
XRP (XRP) 31.69 0.41%
binance-usd
Binance USD (BUSD) 77.44 0.35%
cardano
Cardano (ADA) 40.17 0.60%
solana
Solana (SOL) 3,772.20 1.97%
polkadot
Polkadot (DOT) 774.78 1.93%

ସରୋଗେସି ମାଧ୍ୟମରେ ମା’ ହେଲେ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା

ନୂଆଦିଲ୍ଲୀ: ମା’ ହେଲେ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ଏନେଇ ପ୍ରିୟଙ୍କା ଚୋପ୍ରା ଶୁକ୍ରବାର ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ପ୍ରିୟଙ୍କା ଚୋପ୍ରାଙ୍କ ଏହି ପୋଷ୍ଟ ପରେ ତାଙ୍କ ପ୍ରଶଂସକ ଉଭୟ ପ୍ରିୟଙ୍କା ଓ ନିକଙ୍କୁ ସୋସିଆଲ ମିଡିଆ ଜରିଆରି ଶୁଭେଚ୍ଛା ଜଣାଇଛନ୍ତି । ସରୋଗେସି ଜରିଆରେ ମା’ ହୋଇଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ଏନେଇ ଖୁସିବ୍ୟକ୍ତ କରିଛନ୍ତି ପ୍ରିୟଙ୍କା ଓ ସ୍ୱାମୀ ନିକ୍ ଜୋନସ । ପ୍ରିୟଙ୍କା ଓ ନିକ୍ ସରୋଗେସି ଜରିଆରେ ସନ୍ତାନ ପାଇବା ଲାଗି ନିଷ୍ପତ୍ତି ନେଇଥିଲେ।

ମା’ ହେବା ପରେ ପ୍ରିୟଙ୍କା ଚୋପ୍ରା ସୋସିଆଲ ମିଡିଆରେ ଲେଖିଛନ୍ତି – ଆପଣ ଜାଣି ଖୁସି ହେବେ ଯେ ଆମେ ସରୋଗେସି ମାଧ୍ୟମରେ ଆମ ସନ୍ତାନକୁ ସ୍ୱାଗତ କରୁଛୁ । ଆମେ ଏହି କଥାକୁ ଗୋପନୀୟ ରଖିଥିଲୁ କାରଣ ସେହି ସମୟରେ ଆମେ ଆମ ପରିବାର ଉପରେ ଧ୍ୟାନ ଦେବାକୁ ଅଧିକ ଗୁରୁତ୍ୱ ଦେଇଥିଲୁ । ଏଥିପାଇଁ କହିଥିଲୁ କି ଠିକ୍‌ ସମୟ ଆସିଲେ ନିଶ୍ଚିତ ଜଣାଇବୁ ।

ଏବେ ସେହି ଖୁସିର ସମୟ ଆସିଛି । ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ । କିନ୍ତୁ ପ୍ରିୟଙ୍କା ଚୋପ୍ରା ଓ ନିକ୍ ଜୋନସ ଏପର୍ଯ୍ୟନ୍ତ ସ୍ପଷ୍ଟ କରି ନାହାନ୍ତି ତାଙ୍କର ପୁଅ ହୋଇଛି ନା ଝିଅ । ସୂଚନା ଅନୁସାରେ, ୨୦୧୮ରେ ୩୯ ବର୍ଷିୟ ପ୍ରିୟଙ୍କା ଚୋପ୍ରା, ୨୯ ବର୍ଷିୟ ଆମେରିକାନ ସିଙ୍ଗର ନିକ୍ ଜୋନସଙ୍କୁ ବିବାହ କରିଥିଲେ । ଏହି ଦୁଇ ସେଲିବ୍ରେଟି ରାଜସ୍ଥାନ ଯୋଧପୁରର ଉମ୍ମେଦ ଭବନ ପ୍ୟାଲେସରେ ହିନ୍ଦୁ ଓ ଇସାଇ ରିତିନୀତିରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲା ।

Leave a comment