ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦଫା କୋହଳ ପାଇଁ ପୁଲିସ ବାବୁ ନେଉଥିଲେ ଲାଞ୍ଚ: ବୋଲଗଡ଼ ଏଏସଆଇଙ୍କୁ ମାଡିବସିଲା ଭିଜିଲାନ୍ସ

ଖୋର୍ଦ୍ଧା:ଏକ କେଶରେ ଦଫା କୋହଳ ଲଗାଇବା ପାଇଁ ଜଣେ ମହିଳାଙ୍କ ଠାରୁ ୬ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବୋଲଗଡ ଥାନା ଏଏସଆଇ ଭଗବାନ ସ୍ବାଇଁ ଦୁର୍ନୀତି ନିବାରଣ ସଂସ୍ଥା ଖୋର୍ଦ୍ଧା ହାତରେ ଧରା ପଡିଛନ୍ତି। ଭିଜିଲାନ୍ସ ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିଛନ୍ତି। ଏହି ଥାନା ଅନ୍ତର୍ଗତ ଖରାପଲ୍ଲୀର ସୁକାନ୍ତି ପଟ୍ଟନାୟକଙ୍କ ପୁଅ ଓ ସହଯୋଗୀଙ୍କ ବିରୋଧରେ କୌଣସି ଏକ ଘଟଣାରେ କେଶ ରୁଜୁ ହୋଇଛି। ସେମାନଙ୍କ ବିରୋଧରେ ରହିଥିବା ମାମଲାରେ କୋହଲ ଦଫା ଲଗାଇବା ପାଇଁ ସୁକାନ୍ତି ଏଏସଆଇ ସ୍ବାଇଁଙ୍କ ସହ ଆଲୋଚନା କରିଥିଲେ। ତେବେ ଏ ସଂକ୍ରାନ୍ତରେ ସୁକାନ୍ତି ଖୋର୍ଦ୍ଧା ଭିଜିଲାନ୍ସ ରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ଭିଜିଲାନ୍ସ ପକ୍ଷରୁ ଜାଲ ବିଛାଇ ଯାଇଥିଲା। ଯୋଜନା ମୁତାବକ ଥାନା ଭିତରେ ଏଏସଆଇ ସ୍ବାଇଁ ଲାଞ୍ଚ ଟଙ୍କା ନେଉଥିବା ବେଳେ ପୂର୍ବରୁ ଛପି ରହିଥିବା ଟିମ ତାଙ୍କୁ ମାଡି ବସିଥିଲା।

Leave A Reply

Your email address will not be published.