ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଏବର୍ଷ ବି କରୋନା ପାଇଁ ବୋଲବମ୍ ଯାତ୍ରା ଉପରେ ଲାଗିଲା କଟକଣା

ଭୁବନେଶ୍ବର: ମହାମାରୀ କରୋନା ପାଇଁ ପୂର୍ବ ବର୍ଷପରି ଏଥର ମଧ୍ଯ ବନ୍ଦ ରହିବ ବୋଲବମ୍‌ ଯାତ୍ରା। କରୋନା ସଂକ୍ରମଣକୁ ରୋକିବା ପାଇଁ  ବୋଲବମ୍ ଯାତ୍ରା ବନ୍ଦ ରଖିବା ପାଇଁ ରାଜ୍ୟ ସରକାର ନିଷ୍ପିତ୍ତି ନେଇଛନ୍ତି।

ଶ୍ରାବଣ ମାସରେ ଲୋକମାନେ ଶନିବାର , ରବିବାର, ସୋମବାର ବିଭିନ୍ନ ନଦୀରୁ ଜଳ ଉଠାଇ ବିଭିନ୍ନ ଶିବ ମନ୍ଦିରରେ ଜଳ ଲାଗି କରିଥାନ୍ତି। ରାଜ୍ୟର ହଜାର ହଜାର କାଉଡିଆ ବିଭିନ୍ନ ସ୍ଥାନରୁ ଜଳ ନେଇ ଖାଲି ପାଦରେ ମାଇଲ୍ ମାଇଲ୍ ଚାଲି ଶିବ ମନ୍ଦିରରେ ପାଣି ଢାଳନ୍ତି । କିନ୍ତୁ ଚଳିତ ବର୍ଷ ମହାମାରୀ କରୋନା କାରଣରୁ ରାଜ୍ୟ ସରକାର ଏହି ବୋଲବମ୍ ଯାତ୍ରା ଉପରେ ରୋକ୍ ଲଗାଇଛନ୍ତି।

ସୂଚନା ଅନୁସାରେ, ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଛି। କରୋନାକୁ ହରାଇବା ପାଇଁ ରାଜ୍ୟ ସରକାର ଏହି ବୋଲବମ୍ ଯାତ୍ରା ବନ୍ଦ କରିବା ପାଇଁ ନିର୍ଦେଶ ଦେଇଛନ୍ତି।  କରୋନା ସଂକ୍ରମଣ ଲାଗି କୌଣସି ଶୈବପୀଠରେ ଜଳଲାଗି ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ବୋଲବମ୍‌ ଭକ୍ତଙ୍କ ଜଳ ସଂଗ୍ରହ, ପଥ ଭ୍ରମଣ ଓ ଜଳଲାଗି ଉପରେ କଟକଣା ଲଗାଇଯାଇଛି । ଶ୍ରାବଣ ମାସରେ ଶୈବପୀଠରେ ଭକ୍ତଙ୍କ ଭିଡ ଆଶଙ୍କା ଦୃଷ୍ଟିରୁ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ଏଥି ସହିତ ରାଜ୍ୟ ସରକାର ସମସ୍ତ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି କି ସମସ୍ତ ଜନସାଧାରଣ ସରକାରଙ୍କ ଏହି ନିର୍ଦେଶକୁ ମାନିବେ ଏବଂ କରୋନା ସଂକ୍ରମଣରୁ ମୁକ୍ତ ରହିବେ । ଏଥି ସହିତ ଏହି ନିର୍ଦେଶକୁ କଡାକଡି ଭାବେ ପାଳନ କରିବାକୁ ରାଜ୍ୟ ସରକାର ସମସ୍ତ ଜିଲା ପ୍ରଶାସନକୁ ମଧ୍ୟ ନିର୍ଦେଶ ଦେଇଛନ୍ତି।

Leave A Reply

Your email address will not be published.