ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିବାହ ବନ୍ଧନରେ ବାନ୍ଧି ହେବେ ସମ୍ବଲପୁର- ବଲାଙ୍ଗିର ଜିଲ୍ଲାପାଳ, ସରିଲା ନିର୍ବନ୍ଧ

ସମ୍ବଲପୁର : ବିବାହ ବନ୍ଧନରେ ବାନ୍ଧି ହେବେ ଦୁଇ ଯୁବ ଆଇଏଏସ। ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସଙ୍କୁ ବିବାହ କରିବେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା। ଗତକାଲି ସମ୍ବଲପୁର ଜିଲ୍ଲାପାଳଙ୍କ ଆବାସିକ ବାସଭବନରେ ଉଭୟଙ୍କ ନିର୍ବନ୍ଧ ଶେଷ ହୋଇଛି । ଏଥିରେ ଜିଲ୍ଲାପାଳଙ୍କ ପରିବାରବର୍ଗ ଓ ହାତଗଣତି କିଛି ପ୍ରଶାସନିକ ଅଧିକାରୀ ସାମିଲ ହୋଇଥିଲେ । ୩ ମାସ ମଧ୍ୟରେ ଦୁଇ ଜଣଙ୍କ ବିବାହ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି

ନିର୍ବନ୍ଧ ସମୟରେ ଉଭୟ ଜିଲ୍ଲାପାଳଙ୍କ କିଛି ଫଟୋ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି । ଆସାମ ଝିଅ ଅନନ୍ୟା ଦାସ ବର୍ତ୍ତମାନର କୋରାପୁଟ ଜିଲ୍ଲାପାଳ ଅବଦୁଲ ଏମ୍. ଅଖତରଙ୍କୁ ବିବାହ କରିଥିଲେ । ମତଭେଦ କାରଣରୁ ଦୁହିଁଙ୍କର ନିକଟରେ ବିବାହ ବିଚ୍ଛେଦ ହୋଇଥିଲା । ସେହିପରି ଓଡ଼ିଶାରେ ପଢ଼ିଥିବା ଚଞ୍ଚଳ ରାଣା ବର୍ତ୍ତମାନର ରାୟଗଡ଼ା ଜିଲ୍ଲାପାଳ ସ୍ୱଧା ଦେବ ସିଂହଙ୍କୁ ବିବାହ କରିଥିଲେ । ସେମାନେ ମଧ୍ୟ ନିକଟରେ ସମାନ କାରଣରୁ ପରସ୍ପରକୁ ଛାଡ଼ପତ୍ର ଦେଇଥିଲେ ।

୨୦୧୩ ବ୍ୟାଚ୍‌ ଆଇଏଏସ୍‌ ଅଫିସର ଚଞ୍ଚଳ ରଣା ବର୍ତ୍ତମାନ ବଲାଙ୍ଗୀର ଜିଲ୍ଲାପାଳ ଥିବା ବେଳେ ୨୦୧୮ ବ୍ୟାଚ୍‌ ଆଇଏଏସ୍‌ ଅଫିସର ଅନନ୍ୟା ଦାସ ସମ୍ବଲପୁର ଜିଲ୍ଲାପାଳ ଅଛନ୍ତି । ଓଡ଼ିଶାର ଅନୁଗୁଳ ଜିଲ୍ଲା ନିବାସୀ ଶ୍ରୀ ରଣା ଏନ୍‌ଆଇଟି ସିଲଚରରୁ ବିଟେକ୍‌ ଡିଗ୍ରି ହାସଲ କରିବା ପରେ ୟୁପିଏସ୍‌ସିରେ ଟପ୍ପର ହୋଇଥିଲେ । ଶ୍ରୀ ରଣା ପୂର୍ବରୁ କୁଚିଣ୍ଡାର ଉପଜିଲ୍ଲାପାଳ ଦାୟିତ୍ୱ ମଧ୍ୟ ତୁଳାଇ ସାରିଛନ୍ତି । ବଲାଙ୍ଗୀର ଜିଲ୍ଲାର ବିକାଶରେ ବିଶେଷ କରି ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଶ୍ୱେତ ବିପ୍ଲବରେ ସଫଳତା ପାଇଁ ସେ ଜାତୀୟ ଗଣମାଧ୍ୟମରେ ବି ଚର୍ଚ୍ଚାରେ ରହି ଆସିଛନ୍ତି ।

ସେହିପରି ୨୦୧୮ ବ୍ୟାଚ୍‌ ଆଇଏଏସ୍‌ ଅନନ୍ୟା ଦାସ ଆସାମର ମୂଳ ବାସିନ୍ଦା । ସେ ଏହା ପୂର୍ବରୁ କଟକ ସିଏମ୍‌ସି କମିଶନର ଦାୟିତ୍ୱ ମଧ୍ୟ ତୁଳାଇଥିଲେ । ନିର୍ବନ୍ଧ ପରେ ଉଭୟେ ବାସଭବନ ବଗିଚାରେ ଦେଇଥିବା ଫଟୋରେ ଅନନ୍ୟା ଏକ ଲାଲ୍‌ ରଙ୍ଗର ଶାଢ଼ି ପିନ୍ଧିଥିବା ବେଳେ ଚଞ୍ଚଳ ଏକ ଧଳା ରଙ୍ଗର ସେରୱାନି ପରିଧାନ କରିଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.