ହରିପୁର ଜଙ୍ଗଲରେ ସୁଟ୍‌କେସ୍‌ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ପରେ ଫିଙ୍ଗିଦେଇଥିବା ସନ୍ଦେହ

ଟାଙ୍ଗୀ : ସୁଟକେସ୍‌ରୁ ମିଳିଲା ଯୁବକଙ୍କ ମୃତଦେହ। ଜଙ୍ଗଲ ମଧ୍ୟରେ ପଡିଥିବା ଏକ ସୁଟ୍‌କେସ୍‌ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ହରିପୁର ଫରେଷ୍ଟ ଜଙ୍ଗଲରେ ପଡିଛି ସୁଟ୍‌କେସ । ନାଚୁଣୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ମିଳିଥିବା ସୂଚନା ଅନୁସାରେ  ରବିବାର ଦିନ ହରିପୁର ଫରେଷ୍ଟ ଜଙ୍ଗଲରେ ଏକ ସୁଟକେଶ୍‌ ପଡିଥିବାର ଦେଖିଥିଲେ ସ୍ଥାନୀୟଲୋକେ । ଏହାପରେ ତୁରନ୍ତ ନାଚୁଣୀ ପୁଲିସକୁ ଖବର ଦିଆଯାଇଥିଲା । ପୁଲିସ ଘଟଣାସ୍ଥଳରେ ପହଞ୍ଚି ସୁଟ୍‌କେଶକୁ ଜବତ କରିଥିଲା । ସୁଟ୍‌କେସ୍‌କୁ ଯାଞ୍ଚ ବେଳେ ଜଣେ ଯୁବକଙ୍କ ମୃତଦେହ ଥିବାର ଦେଖିବାକୁ ମିଳିଛି । ଯୁବକଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରି ସୁଟକେଶ୍‌ ଭିତିରେ ଭର୍ତ୍ତି କରି ଜଙ୍ଗଲରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି ।

ସେପଟେ ନାଚୁଣୀ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । ମୃତ ଯୁବକ ଜଣକ କି’ଏ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଯୁବକକୁ ଅନ୍ୟ କେଉଁଠି ହତ୍ୟା କରିବା ପରେ ହତ୍ୟାକାରୀମାନେ ଏଠାରେ ଫୋପାଡ଼ି ଦେଇଥିବା ସନ୍ଦେହ କରୁଛି ପୁଲିସ । ସାଇଣ୍ଟଫିକ୍ ଟିମ୍ ର ତଦନ୍ତ ପରେ ପୁଲିସ ତା’ର ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବ ବୋଲି ବାଲୁଗାଁ ଏସ୍‌ଡିପିଓ ମାନସ ରଞ୍ଜନ ବାରିକ ସୂଚନା ଦେଇଛନ୍ତି ।

Leave a comment