ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବଡ଼ ନଦୀରୁ ମହିଳାଙ୍କ ଶବ ଉଦ୍ଧାର

ବେଲଗୁଣ୍ଠା : ଗାଙ୍ଗପୁର ଥାନା ଅନ୍ତର୍ଗତ ଖୂକୁଣ୍ଡିଆ ନିକଟ ବଡ଼ନଦୀରୁ ଜଣେ ମହିଳାଙ୍କ ଶବ ଉଦ୍ଧାର ହୋଇଥିବା ନେଇ ସୂଚନା ଦେଇଛନ୍ତି ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ । ଥାନା ଅଧିକାରୀ ଶ୍ରୀ ସାହୁଙ୍କ ସୂଚନା ପ୍ରକାରେ ଖୂକୁଣ୍ଡିଆ ନିକଟରେ ବଡ଼ ନଦୀରେ ଜଣେ ଅଜଣା ମହିଳାଙ୍କ ଶବ ଭାସୁଥିବା ନେଇ ଆଜି ସନ୍ଧ୍ୟାରେ ଖବର ପାଇବା ପରେ ଗାଙ୍ଗପୁର ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ମହିଳାଙ୍କ ଶବକୁ ଜବତ କରି ଆସିକା ଉପଖଣ୍ଡ ମେଡିକାଲ୍କୁ ବ୍ୟବଚ୍ଛେଦ ପାଇଁ ପଠାଇଦେଇଛନ୍ତି ।

ପୋଲିସ୍ ର ପ୍ରାଥମିକ ତଦନ୍ତରୁ ଜବତ ହୋଇଥିବା ଶବଟି ଭଞ୍ଜନଗର ଥାନା ଅନ୍ତର୍ଗତ ଗୂରାବାଡ଼ି ଗ୍ରାମର ଭାସ୍କର ସାହୁଙ୍କ ସ୍ତ୍ରୀ କୌତୂକୀ ସାହୁଙ୍କ ବୋଲି ଜଣାପଡିଛି । ତେବେ କୌତୂକୀ ବଡ଼ ନଦୀକୁ କିପରି ଆସିଲେ, କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ଘଟିଲା ସେ ସମ୍ପର୍କରେ ତଦନ୍ତ ଜାରି ଥିବା ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.