ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସାମାନ୍ୟ ଟଙ୍କା ପାଇଁ ଝଗଡା ହେବାରୁ ମା’କୁ ହତ୍ୟା କଲା ପୁଅ !

ଭଞ୍ଜନଗର: ଟଙ୍କା ପାଇଁ ରାକ୍ଷସ ପାଲଟିଲା ଜନ୍ମିତ ପୁଅ । ଟଙ୍କା ପାଇଁ ଝଗଡା ହେବାରୁ ମା’କୁ ହତ୍ୟା କଲା ନିଜ ପୁଅ । ଘର ଭିତରୁ ଉଦ୍ଧାର ହେଲା ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ । ମୃତ ମହିଳାଙ୍କ ନାମ ତ୍ରିବେଣୀ ନାୟକ (୫୦ ବର୍ଷ) ବୋଲି ଜଣାପଡିଛି । ଗଞ୍ଜାମ ଜିଲ୍ଲା ତାରସିଙ୍ଗି ଥାନା ଗଜାପଦର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନା ଅନୁସାରେ, ମା’ ତ୍ରିବେଣୀ ନିଜ ପୁଅ ସନା ନାୟକ ସହିତ ଘରେ ରହୁଥିଲେ। ଗତକାଲି ରାତିରେ ପୁଅ ଘରକୁ ଫେରି ମା’କୁ ଟଙ୍କା ମାଗିଥିଲା। ମା’ ଟଙ୍କା ଦେବାକୁ ମନା କରିବାରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଆଜି ସକାଳେ ତ୍ରିବେଣୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଘରେ ପଡ଼ିଥିବା ପଡୋଶୀ ଦେଖିଥିଲେ। ଘଟଣା ସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଘଟଣାର ତଦନ୍ତ କରିବା ସହ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଘଟଣାରେ ପୁଅକୁ ଅଟକ ରଖିଛି ପୋଲିସ । ଟଙ୍କା ପାଇଁ ପୁଅ ମାକୁ ହତ୍ୟା କରିଥାଇପାରେ ବୋଲି ସନ୍ଦେହ କରୁଛି ପୋଲିସ ।

Leave A Reply

Your email address will not be published.