ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମାଟିତଳୁ ନିଖୋଜ ନାବାଳିକାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହରେ ପୁରୁଷ ବନ୍ଧୁ ଅଟକ

ବଲାଙ୍ଗିର: ମାଟିତଳୁ ଉଦ୍ଧାର ହେଲା କିଛିଦିନ ତଳେ ନିଖୋଜ ହୋଇଥିବା ନାବାଳିକାଙ୍କ ମୃତଦେହ । ହତ୍ୟା ଅଭିଯୋଗରେ ଅଟକ ଅଛନ୍ତି ନାବାଳିକାଙ୍କ ପୁରୁଷ ବନ୍ଧୁ । ଏଭଳି ଏକ ଚାଂଚଳ୍ୟକର ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଖର୍ଲି ଗାଁରେ । ମୃତ ନାବାଳିକା ଖର୍ଲି ଗାଁର ପ୍ରସନ୍ନ ଭଇଁଷାଲଙ୍କ ୧୫ ବର୍ଷୀୟ ଝିଅ ଭୂମିସୂତା ଭଇଁଷାଲ ବୋଲି ଜଣାପଡିଛି ।

ସୂଚନା ଅନୁସାରେ, ଗତ ସୋମବାରଠାରୁ ନାବାଳିକା ଜଣକ ନିଖୋଜ ଥିଲେ। ନିଖୋଜ ସଂପର୍କରେ ଭୂମିସୁତାଙ୍କ ବାପା ତୁରେକେଲା ଥାନାରେ ଲିଖିତ ଅଭିଯୋଗ ଜଣାଇଥିଲେ । ପୁଲିସ ଘଟଣାର ତଦନ୍ତ କରୁଥିବା ସମୟରେ, ଭୂମିସୂତାକୁ ହତ୍ୟା କରି ପାଟପାଣି ଜଂଗଲ ଭିତରେ ପୋତି ଦିଆଯାଇଥିବା ଜାଣିବାକୁ ପାଇଥିଲା। ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ଓ ପୁଲିସ ଫୋର୍ସ ପହଂଚି ମାଟି ଖୋଳି ନାବାଳିକାଙ୍କ ଗଳିତ ଶବକୁ ଉଦ୍ଧାର କରିଥିଲେ। ତେବେ ପ୍ରେମ ଜନିତ ଘଟଣାକୁ ନେଇ ଏଭଳି ହତ୍ୟା କାଣ୍ଡ ଘଟିଥିବା ଜଣାପଡ଼ିଛି ।

Leave A Reply

Your email address will not be published.