ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଝାରସୁଗୁଡାରେ ନବ ଦାସଙ୍କ ପାର୍ଥିବ ଶରୀର: ଶେଷ ଦର୍ଶନ ପାଇଁ ହଜାର ହଜାର ଶୁଭେଚ୍ଛୁ ଓ ସମର୍ଥକଙ୍କ ଭିଡ

ଭୁବନେଶ୍ବର: ଝାରସୁଗୁଡାରେ ପହଞ୍ଚିଲା ନବ ଦାସଙ୍କ ପାର୍ଥିବ ଶରୀର। ଭୁବନେଶ୍ୱରରୁ ସ୍ୱତନ୍ତ୍ର ବିମାନରେ ଯାଇ ଝାରସୁଗୁଡ଼ା ବିମାନବନ୍ଦରରେ ନବ ଦାସଙ୍କ ପାର୍ଥିବ ଶରୀର ପହଞ୍ଚିଛି। ସେଠାରୁ ଏକ ସ୍ୱତନ୍ତ୍ର ଗାଡ଼ିରେ ତାଙ୍କ ପାର୍ଥିବ ଶରୀରକୁ ସରବାହାଲ ବାସଭବନକୁ ନିଆଯାଇଥିଲା । ତାଙ୍କ ପ୍ରିୟ ନେତାଙ୍କୁ ଶେଷ ଦର୍ଶନ କରିବାକୁ ବିମାନ ବନ୍ଦରଠାରୁ ଆରମ୍ଭ କରି ତାଙ୍କ ବାସଭବନରେ ହଜାର ହଜାର ଶୁଭେଚ୍ଛୁ ଓ ସମର୍ଥକଙ୍କ ଭିଡ ଲାଗି ରହିଛି। ସମସ୍ତଙ୍କ ଆଖିରେ ଲୁହ। କଇଁ କଇଁ ହୋଇ କାନ୍ଦୁଛନ୍ତି ସମର୍ଥକ। କହୁଛନ୍ତି , ଆମର ଦମ୍ଭ ଥିଲେ ନବ ଦାଦା। ତାଙ୍କ ଦେହାନ୍ତରେ ପୁରା ଝାରସୁଗୁଡ଼ା ଭାଙ୍ଗିଯାଇଛି। ନବ ଦାସ ଅମର ରହେ ଧ୍ୱନିରେ ପ୍ରକମ୍ପିତ ହେଉଛି ପରିବେଶ । ନବ ଦାସଙ୍କୁ ଶେଷ ଦର୍ଶନ କରିବା ପାଇଁ ତାଙ୍କ ବାସ ଭବନରେ ବିଭିନ୍ନ ଦଳର ରାଜନେତା ମଧ୍ୟ ପହଞ୍ଚିଛନ୍ତି ।

ନବ ଦାସଙ୍କୁ ତାଙ୍କ ବାସଭବନରେ ଶେଷ ଦର୍ଶନ କରିବା ପରେ ସେଠାରୁ ତାଙ୍କ ପାର୍ଥିବ ଶରୀରକୁ ମନମୋହନ ଏମ୍ ଇ ସ୍କୁଲ ପଡ଼ିଆକୁ ନିଆଯିବ । ସେଠାରେ ତାଙ୍କ ମରଶରୀର ଶେଷ ଦର୍ଶନ ପାଇଁ ରଖାଯିବ । ପରେ ତାଙ୍କ ପାର୍ଥିବ ଶରୀରକୁ ଏକ ଶୋଭାଯାତ୍ରାରେ ଖେରୁଆଲ ନିଆଯାଇ ଅନ୍ତିମ ସଂସ୍କାର କରାଯିବ । ରାଷ୍ଟ୍ରୀୟ ମର୍ଯ୍ଯାଦର ସହ ଶେଷକୃତ୍ୟ ହେବ ।

Leave A Reply

Your email address will not be published.