ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୧୧କେଭି ବିଦ୍ୟୁତ୍ ଖୁଣ୍ଟିରେ ଝୁଲୁଛି ଯୁବକ ମୃତଦେହ, ପୋଲିସର ତଦନ୍ତ ଜାରି

ଖୋର୍ଦ୍ଧା: ବିଦ୍ୟୁତ୍ ଖୁଣ୍ଟିରେ ଝୁଲୁଛି ଯୁବକ ମୃତଦେହ। ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଜଂକିଆ ଥାନା ଅନ୍ତର୍ଗତ ଛଣଗିରି ଗ୍ରାମରେ। ସେଇ ଗ୍ରାମର ଯାତ୍ରା ପଡିଆରେ ଥିବା ୧୧କେଭି ବିଦ୍ୟୁତ୍ ତାରରେ ଯୁବକଙ୍କ ମୃତ ଦେହ ଝୁଲୁଛି। ମୃତକଙ୍କ ନାମ ସେକ୍ କୁନା। ସେ ସେଇ ଗ୍ରାମର। ବିଭିନ୍ନ ଚୋରି, ଡକାୟତି, ବ୍ରାଉନସୁଗାର କାରବାର ଆଦି ଅପରାଧିକ ମାମଲାରେ ସେକ କୁନା ନାଁରେ ଥାନାରେ ଅଭିଯୋଗ ରହିଛି। ଗତ କାଲି ରାତିରେ କେଁଉ କାରଣରୁ ସେ ବିଦ୍ୟୁତ୍ ଖୁଣ୍ଟିରେ ଚଢିଥିଲା, ତାହା ସ୍ପଷ୍ଟ ଭାବରେ ଜଣାପଡିନାହିଁ। ଖବର ପାଇ ଘଟଣା ସ୍ଥଳକୁ ବିଦ୍ୟୁତ୍ ବିଭାଗ କର୍ମଚାରୀ ଏବଂ ପୋଲିସ ଟିମ୍ ଯାଇ ତଦନ୍ତ କରୁଛନ୍ତି।

Leave A Reply

Your email address will not be published.