ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜଧାନୀରେ ଚାଞ୍ଚଲ୍ୟ: ବନ୍ଦ ଘରୁ ମହିଳାଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ପୁଣି ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ । ବନ୍ଦ ଘରୁ ମିଳିଲା ମହିଳାଙ୍କ ସନ୍ଦେହଜନକ ମୃତଦେହ। ରସୁଲଗଡ ସ୍ଥିତ ଭାଗବତ ସନ୍ଧାନ ଶାନ୍ତି ନିବାସରେ ମହିଳାଙ୍କ ଆତ୍ମହତ୍ୟା। ବେକରେ ଦଉଡି ଲଗାଇ ଝୁଲି ଯାଇଥିବା ସୂଚନା। ମୃତ ମହିଳାଙ୍କ ନାଁ ପ୍ରଜ୍ଞା ପରମିତା କର। ବୟସ ପାଖାପାଖି ୩୩ ବର୍ଷ ହେବ। ଗତକାଲି ରାତିରେ ସାମ୍ନା ଘରେ ଭୋଜି କରିବା ପରେ ସକାଳୁ ସକାଳୁ ଆତ୍ମହତ୍ୟା କରିଥିବା ନେଇ ସୂଚନା ମିଳିଛି। ଘଟଣାସ୍ଥଳରେ ମଞ୍ଚେଶ୍ୱର ପୋଲିସ୍ ପହଁଚି ଛାନଭିନ ଆରମ୍ଭ କରିଛି। ସ୍ୱାମୀଙ୍କ ପରକୀୟା ପ୍ରୀତିକୁ ନେଇ ଏଭଳି ହୋଇଥିବା ନେଇ ଶୁଣିବାକୁ ମିଳୁଛି। ତେବେ ପ୍ରକୃତ କଥା ଏଯାଏ ଜଣାପଡିନାହିଁ।

Leave A Reply

Your email address will not be published.