Latest Odisha News, Breaking News Today | Top Updates on Corona

ବାଲେଶ୍ବରରୁ ନିଖୋଜ ହେବାର ୩ ଦିନ ପରେ ଢେଙ୍କାନାଳରୁ ମିଳିଲା ନାବାଳିକା କଲେଜ ଛାତ୍ରୀଙ୍କ ମୃତଦେହ

ବାଲେଶ୍ବର :  ବାଲେଶ୍ଵର ଜିଲ୍ଲା ଖାଇରା ଥାନା ଅଞ୍ଚଳରୁ ନାବାଳିକା କଲେଜ ଛାତ୍ରୀ ନିଖୋଜ ହୋଇଥିଲେ । ଆଉ ନିଖୋଜ ତିନିଦିନ ପରେ ଢେଙ୍କାନାଳରୁ ମୃତଦେହ ଉଦ୍ଧାର । ଢେଙ୍କାନାଳ ସଦର ଥାନା ଓ ବାଲେଶ୍ୱର ଖାଇରା ଥାନା ପୁଲିସ ନାବାଳିକା କଲେଜ ଛାତ୍ରୀର ସନ୍ଦେହ ଜନକ ଭାବେ ମୃତ୍ୟୁକୁ ନେଇ ତଦନ୍ତ ଆରମ୍ଭ କରିଛନ୍ତି । ସଦର ଥାନା ପୁଲିସ ଛାତ୍ରୀର ମୃତଦେହକୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରୁ ଜବତ କରିଥିବାବେଳେ ଏହି ନାବଳିକାର ମୃତ୍ୟୁ କୁ ନେଇ ସସପେନ୍ସ ବଢ଼ିବାରେ ଲାଗିଛି । ମୃତ ପ୍ରିୟଙ୍କା ଖଇରା ଥାନା ଅନ୍ତର୍ଗତ ସାରୁଗାଁ ଗ୍ରାମର ଅଭିମନ୍ୟୁ ସାମଲଙ୍କ ଝିଅ ।ମୃତ ନାବାଳିକା ଜଣଙ୍କ ବାଲେଶ୍ୱର ଜିଲ୍ଲା ଖଇରା କଲେଜର ଯୁକ୍ତ ଦୁଇ ବିଜ୍ଞାନ ଦ୍ୱିତୀୟବର୍ଷର ଛାତ୍ରୀ ପ୍ରିୟଙ୍କା ପ୍ରିୟଦର୍ଶନୀ ସାମଲ ବୋଲି ଜଣାପଡିଛି ।

ତେବେ ନାବାଳିକା ଛାତ୍ରୀ ଜଣକ ଗତ ୧ତାରିଖ ଗୁରୁବାର ଠାରୁ ସାଇକେଲ ଧରି ହସ୍ପିଟାଲ ଯାଉଛି କହି ଘରୁ ଆସି ଆଉ ଘରକୁ ଫେରିନଥିଲେ । ଫଳରେ ପରିବାର ପକ୍ଷରୁ ଖାଇରା ଥାନାରେ ଝିଅ ଗାଏବ ସମ୍ପର୍କରେ ଅଭିଯୋଗ କରାଯାଇଥିଲା। ଝିଅର ମୃତ୍ୟୁ ସମ୍ପର୍କରେ ଖଇରା ପୁଲିସ ଠାରୁ ସୂଚନା ପାଇ ବାପା ଅଭିମନ୍ୟୁ ସାମଲ ରବିବାର ସନ୍ଧ୍ୟାରେ ଆସି ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଛନ୍ତି । ମୃତ୍ୟୁର ସଠିକ କାରଣ କଣ ତାହା ଶବ ବ୍ୟବଚ୍ଛେଦ ପରେ ଜଣାପଡ଼ିବ । ମାତ୍ର ମୃତ ଛାତ୍ରୀର ମୁଣ୍ଡପଛ ପଟ ସାଙ୍ଗକୁ ନାକରୁ ରକ୍ତଶ୍ରାବ ହେଉଥିବା ଏହା ଏକ ହତ୍ୟା ଜନିତ ମୃତ୍ୟୁ ବୋଲି ସନ୍ଦେହ କରାଯାଇଛି ।

ତେବେ ଏସମ୍ପର୍କରେ ଢେଙ୍କାନାଳ ସଦର ପୁଲିସ ଓ ଖଇରା ପୁଲିସ କିଛି ପାଟି ଖୋଳୁନାହିଁ । ପ୍ରିୟଙ୍କାଙ୍କ ମୃତଦେହକୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ଆଣିଥିବା ଜିତୁ ନାୟକ ନାମକ ଜଣେ ଯୁବକକୁ ଢେଙ୍କାନାଳ ସଦର ଥାନା ପୁଲିସ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ଅଟକ ଯୁବକ ଘର ସଦର ଥାନା ଅନ୍ତର୍ଗତ ବନ୍ଧ ନୂଆଗାଁ ରେ ବୋଲି ଜଣାପଡିଛି । ଗତ ତିନିଦିନ ହେଲା ପ୍ରିୟଙ୍କା ଏହି ଜିତୁ ନାୟକଙ୍କ ଘରେ ରହିଥିଲା ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି । ତେବେ ପ୍ରିୟଙ୍କାଙ୍କ ସହ ଜିତୁ ନାୟକଙ୍କ ସମ୍ପର୍କ କଣ ଓ ସେ ବାଲେଶ୍ୱରରୁ କିପରି ତାଙ୍କ ଘରକୁ ଆସିଲେ ଓ କାହିଁକି ଆସି ରହିଥିଲେ ? ତାଙ୍କର କିପରି ମୃତ୍ୟୁ ହେଲା ଏପରି ଅନେକ ପ୍ରଶଂ ଏହି ନାବାଳିକା ଛାତ୍ରୀର ମୃତ୍ୟୁର ସସପେନ୍ସ ବଢ଼ିବାରେ ଲାଗିଛି ।

Comments
Loading...
0Shares
0
ପ୍ରତି ମୁହୂର୍ତର ଖବର ଆପଣଙ୍କୁ ଦେଖାଇବାକୁ ଆମକୁ ଅନୁମତି ଦିଅନ୍ତୁ |
Dismiss
Allow Notifications