ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଘରଲୋକ ଧାନ କାଟିବାକୁ ଯାଇଥିବା ସମୟରେ ନାବାଳକ ଭାଇଭଉଣୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ବାରିପଦା : ବାରିପଦା ସଦରବ୍ଲକ ଅଧୀନ ଧାନଶୋଳ ଉପକଣ୍ଠ ଲୋଧାସାହିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଗୁରୁବାର ସକାଳେ ଲୋଧାସାହିର ଦୁଇ ନାବାଳକ ଭାଇଭଉଣୀଙ୍କ ଝୁଲନ୍ତା ମୃତଦେହ ଠାବ ହେବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ସୂଚନାଅନୁସାରେ  ଗୁରୁବାର ସକାଳେ ଗାଁପାଖ କେନାଲପାର୍ଶ୍ଵ ଆମ୍ବଗଛରୁ ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହ ଘଟଣା ପ୍ରଚାର ହେବାପରେ ଦେଖିବାକୁ ଲୋକଙ୍କ ଗହଳି ଲାଗିଥିଲା । ବେତନଟୀ ପୁଲିସକୁ ଖବର ଦେବା ପରେ ପୁଲିସ ପହଞ୍ଚି ତଦନ୍ତ ପୂର୍ବକ ଶବ ଉଦ୍ଧାର କରିଛି । ମୃତକ ଦ୍ବୟ ହେଲେ ଗ୍ରାମର ସନାତନ ନାଏକଙ୍କର ପୁଅ ରାଜୁ (୧୬) ଏବଂ ବିଶ୍ୱାଳ ଭକ୍ତାଙ୍କ ଝିଅ ସୀମା( ୧୪) l ତେବେ ସବୁଠାରୁ ବଡ଼ କଥା ହେଉଛି ଏମାନେ ସମ୍ପର୍କରେ ମାଉସୀପୁଅ ଭାଇ ଓ ଭଉଣୀ । ତେବେ ଉଭୟଙ୍କ ପରିବାରଲୋକ ଧାନ କାଟିବାକୁ ନାମାଳ ଯାଇଥିବା ବେଳେ ଏହି ଅଘଟଣ ଘଟିଛି । ପୁଲିସ ଏନେଇ ଦୁଇଟି ପୃଥକ ଅପମୃତ୍ୟୁ ମାମଲା ରୁଜୁକରି ଅଧିକ ତଦନ୍ତ ଜାରି ରଖିଛନ୍ତି ।ତେବେ ଉଭୟ ଯୁବକ ଯୁବତୀଙ୍କ ବେକରେ ଫାଶୀଦେଇ ଆତ୍ମହତ୍ୟା କରିବାର କାରଣ ଜଣାପଡିନଥିବା ବେଳେ ଅଧିକ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.