ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୋଖରୀରୁ ୨ ଯୁବକଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

କେନ୍ଦ୍ରାପଡ଼ା: ପୋଖରୀ ଭିତରୁ ୨ ଜଣ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି କେନ୍ଦ୍ରାପଡ଼ା ପୋଲିସ । ସଦରଥାନା ନିକଟ ଶ୍ୟାମସୁନ୍ଦର ଗାଁ ରାସ୍ତାକଡ଼ ପୋଖରୀରୁ ମୃତଦେହ ଠାବ ହୋଇଛି । ମୃତଦେହ ସହ ପୋଖରୀ ଭିତରୁ ମିଳିଛି ଏକ ବାଇକ୍ । ୨ ଜଣଙ୍କ ମୃତଦେହ ମିଳିଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।

ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ । ମଦ ପିଇ ଗାଡ଼ି ଚଳାଇବା ବେଳେ ଭାରସାମ୍ୟ ହରାଇ ପୋଖରୀରେ ପଡ଼ି ଯାଇଥିବା ସନ୍ଦେହ କରାଯାଉଛି । ମୃତ ଯୁବକ ଦୁଇଜଣ ପାଟକୁରା ଥାନା ଅନ୍ତର୍ଗତ ତଳ ଗାଁର ସୁବ୍ରତ ଜେନା ଓ ସନାତନ ପଟ୍ଟନାୟକ ବୋଲି ଜଣାପଡିଛି। ଆଜି ସକାଳେ ସ୍ଥାନୀୟ ଲୋକେ ପୋଖରୀ ମୃତଦେହ ଭାସୁଥିବା ଦେଖି ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍ ଓ ଅଗ୍ନିଶମ ବାହିନୀ କର୍ମଚାରୀ ଦୁଇଟି ମୃତଦେହ ସହ ବାଇକ୍‌ଟିକୁ ପୋଖରୀରୁ ବାହାର କରିଥିଲେ। ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଧିକ ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.