ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମାଟ୍ରିକ୍ ଫଳାଫଳକୁ ନେଇ ଛାତ୍ରଛାତ୍ରୀଙ୍କ ଅସନ୍ତୋଷ ପ୍ରସଙ୍ଗ: ମାର୍କ କମ୍ ଥିଲେ ଅଫଲାଇନରେ ପରୀକ୍ଷା ଦେଇପାରିବେ – ବୋର୍ଡ

କଟକ: ମାଟ୍ରିକ୍ ଫଳାଫଳକୁ ନେଇ ଛାତ୍ରଛାତ୍ରୀଙ୍କ ଅସନ୍ତୋଷ ପ୍ରସଙ୍ଗରେ ଆଜି ପ୍ରେସମିଟରେ ଉତ୍ତର ରଖିଛନ୍ତି ବୋର୍ଡ କର୍ତ୍ତୃପକ୍ଷ । ଶ୍ରେଣୀଗୃହ ପାଠପଢ଼ା ହୋଇ ନଥିବାରୁ ସେଥିପ୍ରତି ଧ୍ୟାନ ଦେଇ ପାଠ୍ୟକ୍ରମ କମା ଯାଇଥିଲା । ଶହେ ଦିନର ପାଠପଢ଼ା ପରେ ମେ ୩ ତାରିଖରେ ପରୀକ୍ଷା ହେବାର ଥିଲା । ଦ୍ୱନ୍ଦ୍ୱ ଦୂର ପାଇଁ ଅତିରିକ୍ତ କ୍ଲାସ କରାଯାଇଥିଲା । ପରୀକ୍ଷା ଦର୍ପଣ ନାଁରେ ଏକ ପ୍ରଶ୍ନ ପାର୍ଟନ ମଧ୍ୟ ଦିଆଯାଇଥିଲା । ୯୨ ଦିନ ପର୍ଯ୍ଯନ୍ତ ପାଠପଢ଼ା ପରେ କରୋନା ପାଇଁ ସ୍କୁଲ୍ ବନ୍ଦ କରାଯାଇଥିଲା ।

ଛାତ୍ରଛାତ୍ରୀଙ୍କ ଜୀବନର ସୁରକ୍ଷା ପାଇଁ ସରକାର ମାଟ୍ରିକ ପରୀକ୍ଷାକୁ ବାତିଲ୍ କରିବା ସହ ବିକଳ୍ପ ବ୍ୟବସ୍ଥା କରିବାକୁ ବୋର୍ଡ କହିଥିଲେ । ମାଧ୍ୟମିକ ଶିକ୍ଷା ପରିଷଦ ବିଚାରବିମର୍ଶ, ପରାମର୍ଶ ପରେ ବିକଳ୍ପ ଆସେସମେଣ୍ଟ ବ୍ୟବସ୍ଥା କରିଥିଲା । ଏହାକୁ ୱେବସାଇଟରେ ଦିଆଯାଇ ସବୁ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ପଠା ଯାଇଥିଲା । ମେ ୭ ତାରିଖରେ ଉକ୍ତ ଗାଇଡଲାଇନକୁ ସାର୍ବଜନୀନ କରାଯାଇଥିଲା । ସେହି ଅନୁସାରେ, ନବମ ଓ ଦଶମ ଶ୍ରେଣୀର ମାର୍କକୁ ଫଳାଫଳ ମୂଲ୍ୟାୟନ କରାଯାଇଥିଲା ।

ସ୍କୁଲ୍ ମାନେ ମାର୍କ ଅପଲୋଡ୍ କରିବା ପରେ ମୂଲ୍ୟାୟନ ହୋଇଥିବା ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି । ପରୀକ୍ଷା ବାତିଲ୍ ପରେ ବୋର୍ଡ କର୍ତ୍ତୃପକ୍ଷ ଶିକ୍ଷାବିତ୍, ଡିଇଓ ଓ କୋର୍ କମିଟି ସହ ଆଲୋଚନା କରିଥିଲା । ନବମ ଶ୍ରେଣୀର ସର୍ବୋଚ୍ଚ ମାର୍କ ସହ ଦଶମର ୩ଟି ଅଭ୍ୟାସ ଟେଷ୍ଟର ୨ଟି ସର୍ବୋଚ୍ଚ ମାର୍କକୁ ନେଇ ଫଳ ପ୍ରକାଶିତ ହୋଇଛି । ଏହି ସବୁ ମାର୍କକୁ ସ୍କୁଲ୍ କର୍ତ୍ତୃପକ୍ଷ ଅପଲୋଡ୍ କରିଥିଲେ । ତାପରେ ବିଗତ ୪ ବର୍ଷର ଫଳାଫଳ ମଧ୍ୟ ଆନାଲିସିସ୍ କରାଯାଇଥିଲା । ସୁରୁଖୁରୁରେ ପିଲାଙ୍କ ରେଜଲ୍ଟ ପ୍ରକାଶ ନେଇ ବୋର୍ଡ ପଦକ୍ଷେପ ନେଇଥିଲା । ସିବିଏସଇ ଗୋଟିଏ ବର୍ଷ ମାର୍କ ନେଇଛି, ଆମେ ନେଇନୁ ବୋଲି କହିଛନ୍ତି ବୋର୍ଡର ଉପ ସଭାପତି ।

ଯେଉଁମାନେ ପରୀକ୍ଷା ଫଳକୁ ନେଇ ଅସନ୍ତୁଷ୍ଟ ଅଛନ୍ତି ସେମାନେ ଫର୍ମ ଫିଲଅପ୍ କରି ଅଫଲାଇନ୍ ପରୀକ୍ଷା ଦେଇ ପାରିବେ । ଜୁଲାଇ ୫ରେ ଅଫଲାଇନ୍ ପରୀକ୍ଷା ପାଇଁ ଫର୍ମ ଫିଲଅପ୍ ନୋଟିଫିକେସନ୍ ହେବ । ଫର୍ମ ଫିଲଅପ୍ ପାଇଁ ୧୦ ଦିନ ଦିଆଯିବ । ଜୁଲାଇ ମାସରେ ହିଁ ଅଫଲାଇନ୍ ପରୀକ୍ଷା କରାଯିବ । ପରୀକ୍ଷାର ୧୫ ଦିନ ମଧ୍ୟରେ ହିଁ ରେଜଲ୍ଟ ବାହାରିବ । ସେହି ରେଜଲ୍ଟକୁ ନେଇ ଯୁକ୍ତ ୨ରେ ନାମଲେଖାଇ ପାରିବେ । ଯେଉଁମାନେ ଅଫଲାଇନ୍ ପରୀକ୍ଷା ଦେବେ ସେହି ମାର୍କ ହିଁ ଫାଇନାଲ ହେବ।

Leave A Reply

Your email address will not be published.