ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସ୍ୱଚ୍ଛ ହେବ ସ୍ମାର୍ଟସିଟି, ବିଏମସି ନେଲା ସ୍ୱତନ୍ତ୍ର ପଦକ୍ଷେପ

ଭୁବନେଶ୍ୱର: ସ୍ମାର୍ଟସିଟିକୁ ଅଧିକ ସ୍ମାର୍ଟ କରିବା ପାଇଁ ବିଏମସିର ସ୍ୱତନ୍ତ ଅଭିଯାନ । ସ୍ୱଚ୍ଛତା କ୍ଷେତ୍ରରେ ସଚେତନତା ସୃଷ୍ଟି ପାଇଁ ଏବଂ ରାଜଧାନୀକୁ ସ୍ୱଚ୍ଛ ରଖିବା ପାଇଁ ବିଏମସି ନେଇଛି ନିଆରା ପଦକ୍ଷେପ । ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୪ ଜଣ ବିଶିଷ୍ଠ ବ୍ୟକ୍ତିଙ୍କୁ ସାମିଲ କରାଯାଇଛି । ଏହି ୪ ଜଣ ବିଏମସିର ବ୍ରାଣ୍ଡ ଅମ୍ବାସଡ଼ର ହୋଇଛନ୍ତି । ଏହି ତାଲିକାରେ ରହିଛନ୍ତି ସିନେ ତାରକା ଦମ୍ପତି ସବ୍ୟସାଚୀ ମିଶ୍ର ଓ ଅର୍ଚ୍ଚିତା ସାହୁ , କ୍ରୀଡ଼ାବିତ ଅନୁରାଧା ବିଶ୍ୱାଳ, ଶିଳ୍ପୀ ତଥା ସ୍ଥପତି ପଦ୍ମବିଭୂଷଣ ସୁଦର୍ଶନ ସାହୁ ରହିଛନ୍ତି ।

ବିଏମସି ସ୍ୱଚ୍ଛତାକୁ ବେସ ଗୁରୁତ୍ୱ ପ୍ରଦାନ କରିଛି । ଏହି ସ୍ୱଚ୍ଛତା ଅଭିଯାନରେ ସକ୍ରିୟ ସାମିଲ ହେବେ ସମସ୍ତେ । ବିଏମସିର ବ୍ରାଣ୍ଡ ଅମ୍ବାସଡ଼ର ହୋଇଥିବା ଏହି ୪ ପ୍ରସିଦ୍ଧି ବ୍ୟକ୍ତି ରାଜଧାନୀବାସୀଙ୍କୁ ସଚେତନ କରିବେ । ସ୍ମାର୍ଟସିଟିରେ ବିଭିନ୍ନ ସ୍ଥାନରେ ଏହି ବ୍ୟକ୍ତି ବିଶେଷଙ୍କର ଲାଗିବ ହୋର୍ଡିଂ ଓ ପୋଷ୍ଟର ।

Leave A Reply

Your email address will not be published.